ଶୀତୁଆ ସକାଳ
ଶୀତୁଆ ସକାଳ
1 min
270
ପୂରୁବ ଆକାଶୁ ଅରୁଣ କିରଣ
ଝରିଲାଣି ମହୀପରେ
ଉଠ ଉଠ ସର୍ବେ ନକରିଣ ମଠ
ନିତ୍ୟକର୍ମ ସାର ଖରେ
ସକାଳ ସୁରୁଜ କିରଣ ପଡିଲେ
ଦେହ ହେବ ମଜବୁତ
କମ୍ବଳ ଘୋଡାଇ ରହିଲେ ତ ଭାଇ
ଛାଡିବନି ଦେହୁ ଶୀତ
ସକାଳୁ ଉଠିଲେ କସରତ କଲେ
ନରହିବ ରୋଗ ଭୟ
ଯୋଗ ପ୍ରାଣାୟାମ କରୁଥିଲେ ନିତି
କରିବା ଦୁନିଆ ଜୟ
ସ୍ମରଣଶକ୍ତି ଯେ ସକାଳ ପହରୁ
ରହିଥାଏ ଭାରି ଖର
ଯାହା ବି ପଢିବ ମନେ ରହିଯିବ
ନଯିବ ଆଉ ପାଶୋର
ତେଣୁ ପିଲାମାନେ ରଖ ଏହା ମନେ
ଉଠିବ ସଦା ସକାଳେ
ତନ ମନ ସବୁ ସତେଜ ରହିବ
ଜିତିବ ଜଗତ ବଳେ l
