STORYMIRROR

Kailash Chandra Sahani

Others

3  

Kailash Chandra Sahani

Others

!! ଶୀତର ସାୟେରୀ...!!

!! ଶୀତର ସାୟେରୀ...!!

1 min
213


ଶୀତ ତୁମେ ଆସ ଧୀର ପଦ ପାତେ

ମୋ ଭଙ୍ଗା ଚାଳିଆ ଘରେ

ତୁମ ଆଗମନେ ସୂମନ ସଜ୍ଜିତ

ମହକିତ ସୁବାସରେ ,

ତୁମରି ପରଶ ପାଇ.,,,,

ପୁଲକିତ ହେଉ ଅଧୀର ପ୍ରାଣ ମୋ

ମିଳନର ଗୀତି ଗାଇ ।


ତୁମ ଆଗମନେ ଅଗଣାରେ ମୋର

ଆଙ୍କିଚି ମୂରୁଜ ଚିତା

ତୁମରି ପଥର ଧାରେ ଧାରେ ଜାଳେ

ଘିଅ ଦୀପର ସଳିତା ,

ଘାସର ଗାଲିଚା ପରେ .....

ଶିଶିର ବିନ୍ଦୁ ଯେ ମୁକୁତାର ସମ

ଝରେ ପ୍ରିୟ ଅଭିସାରେ ।


ତୁମେ ଆସି ଛୁଅଁ ଦେହ ଦେବାଳୟ

ସୀହରିତ ତନୁମନ

ତୁମ ପରଶରେ କଅଁଳ କଳିକା

ମୁକୁଳିତ ଫୁଲବନ ,

ସରି ସରି ଯାଏ ଦିନ ....

ସବୁଜ ପଣତ ଧରଣୀ କୋଳରେ

ଫୁଲ ଉଡା ଶାଳି ଧାନ ।


ତୁମେ ଆସି ଛୁଅଁ ମୋ ମାଟି ଶିଶୁର

ସୁକୁମାର ତନୁ ମନ

ଅଧା ଘୋରା ଦେହ ଅଭାବୀ ଲୋକର

ଦୁଃଖେ ଯିଏ ଦୀନ ହୀନ ,

ଊଣା କରିବନି ମନ.....

ନିଷ୍ଠୁର ନିୟତି କଷଣେ ବଞ୍ଚନ୍ତି

ବାସହରା ଦୁଃଖୀ ଜନ ।


ତୁମ ଆଗମନେ କୁହୁଡି ଘେରା ମୋ

ଚଉ ପାଶେ ଦୁଃଖ ସରି

ସୂରୁଜ କିରଣ ଅପଲକେ ନେବ

ସନ୍ତାପ ସତେ କି ହରି ,

ହରି ପଦେ ମୋ ଗୁହାରି.....

ସକଳ ଜୀବର ମଙ୍ଗଳ ମନାସୀ

ତୁମେ ଆସ ଥିରି ଥିରି ।।




Rate this content
Log in