STORYMIRROR

Minakshi Samal

Others

2  

Minakshi Samal

Others

ଶୀତର ଦାଉ

ଶୀତର ଦାଉ

1 min
825




ଶୀତଟା ବଡ ଦହଗଞ୍ଜ କରୁଛି

କୋହଲା ପାଗକୁ ହାଡଭଙ୍ଗା ଶୀତେ ଦେହ କୋଲ ମାରି ଯାଉଛି

ସକାଳ ପାହିଲେ ଥୁରୁ ଥୁରୁ ହୋଇ ଶେଯରୁ ଉଠିବା ବାଧୁଛି।

ଶୀତଟା ବଡ ଦହଗଞ୍ଜ କରୁଛି ..............


କମ୍ବଳ କାଢିଲେ ପାଦଠାରୁ ମୁଣ୍ଡ ଥରଥର ହୋଇ କମ୍ପୁଛି

ନିତ୍ୟକର୍ମ ସବୁ ସାରିବା ପାଇଁ କି ମନ ଭିଡିମୋଡି ହେଉଛି।

ଶୀତଟା ବଡ ଦହଗଞ୍ଜ କରୁଛି ................


ବାସି ପାଇଟି କୁ ନକରିଲେ କେହି କରିତ ଦେବେନି ଜାଣିଛି

ଚା' ପାଣି ଟିକେ ପେଟରେ ନପଡି ପେଟଟା ଆଉଟି ହେଉଛି।

ଶୀତଟା ବଡ ଦହଗଞ୍ଜ କରୁଛି ...................


ଜଳଖିଆ ପାଇଁ ଯୋଗାଡଯନ୍ତ୍ର କରିବାକୁ ଡର ମାଡୁଛି

ନ' ତିଅଣ ଆଉ ଛ' ଭଜା ଭାତସାଙ୍ଗେ କିଏ କରୁଛି????

ଶୀତଟା ଭାରି ଦହଗଞ୍ଜ କରୁଛି .................


ସଅଳ ସଅଳ କାମ ସାରୁ ସାରୁ ସଞ୍ଜ ନଇଁ ନଇଁ ଆସୁଛି

ରାତି ଆସିଗଲେ ଶୀତର ଜ୍ବାଳା ଯେ ବେଶୀ ବଢି ବଢି ଯାଉଛି।

ଶୀତଟା ବଡ ଦହଗଞ୍ଜ କରୁଛି ..................


ଗରମା ଗରମ ପକୁଡି ସାଙ୍ଗକୁ କଫିର ପିଆଲା ଜମୁଛି

ରାତିରେ ଖାଇକି କମ୍ବଳ ଭିତରେ ପଶିବାକୁ ମନ କହୁଛି।

ଶୀତଟା ବଡ ଦହଗଞ୍ଜ କରୁଛି ..................


ମିନାକ୍ଷୀ ସାମଲ

7980250037

minusamal1969@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍