STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଶୀତଳଯୁଦ୍ଧ

ଶୀତଳଯୁଦ୍ଧ

1 min
155



ଶଶାଙ୍କ ଶେଖର ରାୟ


କେତେଦିନ ଆଉ ମରୁମରୁ ବଞ୍ଚିବା ଶିଖିବି

ଅହରହ ଘୋଡାଟାପୁର ଶବ୍ଦ ଆଉ ଯୁଦ୍ଧର ବିଗୁଲ

ଶୁଭୁଅଛି ମୋର କାନେ

ଭାଇଭାଇ ବାପପୁଅ ସ୍ଵାମୀସ୍ତ୍ରୀ ବନ୍ଧୁବାନ୍ଧବ

ସବୁ ସଂପର୍କ ଅଟେ ମିଛ

ସମସ୍ତେ ପରା ରକ୍ତରେ ଜୁଡ୍ ବୁଡ୍

ଅବିଶ୍ଵାସର ଧାରୁଆ ଅସ୍ତ୍ରରେ ।

ଶୀତଳ ଜହ୍ନରାତିରେ ବି ବହେ

ଏଠି ବୈଶାଖର ଝଞ୍ଜା ପବନ

ସନ୍ଦେହର ଅଦିନ କୁହୁଡି ଜାଳିପୋଡିଦିଏ କଅଁଳ ବଉଳ ଗୁଡିକୁ ।

ନିଜ ଛାଇ ମୋର ନିଜ ଶତ୍ରୁ

ଅହଂକାର ଢାଲ ଧରି ଆଜି

ହାଣିଚାଲିଛି ମୁଁ ମୋର ଅସ୍ତିତ୍ଵକୁ ମାନବିକତାକୁ

ନିର୍ଭୟରେ ନିଦ୍ଵନ୍ଦରେ ।

ଯୁଦ୍ଧର ନିୟମ ଜଣାନାହିଁ ମୋତେ

କେବେ ଖୁସି ହୁଏ ମୁଁ ଏଠି

ବିଜୟର ଟୀକା ପିନ୍ଧି ଲଲାଟେ

ପୁଣି କେବେ ପରାଜିତ ସୈନିକ ପରି

ପଳାୟନ କରେ ଲୁଚିଛପି ରଣକ୍ଷେତ୍ର

କିଛିଦିନ ବଞ୍ଚିଯିବାର ମୋହରେ।

ଲଢେଇ ଚାଲେ ଏଠି ସବୁବେଳେ ସବୁକାଳେ ।

ବିନା ଶବ୍ଦ ବିନା ଅସ୍ତ୍ର ବିନା ପ୍ରତିପକ୍ଷ

ସମସ୍ତଙ୍କର ଅଜାତରେ ଅଲକ୍ଷ୍ୟରେ

ହୃଦୟର କେଉଁ ଅନ୍ଧାରିଆ କୋଣରେ ।


ମୋ - ୭୩୭୭୧୯୭୯୯୯

ବଟରପଡା ରାଜକନିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍