STORYMIRROR

Sneha Mishra

Others

4  

Sneha Mishra

Others

ଶୀତ

ଶୀତ

1 min
152


ଆହା ,କି ସୁନ୍ଦର ! ଝୁମି ଉଠେ ମନ

କାଶତଣ୍ଡି ଧାଡି ଧାଡି |

ସତେ କି ପିନ୍ଧିଚି ମୋ ପ୍ରକୃତି-ମାଆ

ଧୋବ ଫରଫର ଶାଢୀ ||୧||


ନୂଆବଧୂ ସାଜି ମରତକୁ ସେ ଶୀତ

ଆସିଚି କାର୍ତ୍ତିକ ହବିଷରେ |

ଗେଣ୍ଡୁଫୁଲ ହସେ ଦୀପାବଳୀ ଆଉ

ପୁନେଇଁ ଡଙ୍ଗାଭସାରେ ||୨||


ଗୃହିଣୀ ସକାଳୁ ସଜାନ୍ତି ଘରକୁ

ଝୋଟି ,ରଙ୍ଗମୂରୁଜରେ |

ଶଂଖ -ହୁଳହୁଳି ଦେଇ ମଜିଯାନ୍ତି

ମା’ଲକ୍ଷ୍ମୀଙ୍କ ମାଣବସାରେ ||୩||


ଥର- ଥର କାମ୍ପେ ଗରୀବ ମାଆଟି

ହାଡଭଙ୍ଗା ପ୍ରକୋପରେ |

କମ୍ବଳଟି ହସେ ମୁରୁକି- ମୁରୁକି

ଶିଶୁ ଜାକିଜୁକି-ପରଶରେ ||୪||




Rate this content
Log in