STORYMIRROR

Sasmita Mohapatra

Others

3  

Sasmita Mohapatra

Others

ଶୀତ

ଶୀତ

1 min
710


ଜରାଗ୍ରସ୍ତ ଆଜି ସାଜିଛି ହେମନ୍ତ

ନବ ଯୌବନରେ ପର୍ଦାପଣ ଶୀତ(୧)

କୁଝଟିକାମୟ ସମ୍ଭାର ପ୍ରତୀତ

ନୀହାର ଶୋଭିତା ମନୋରମ ଶୀତ(୨)

ଗଗନେ ପବନେ ଅପୂର୍ବ ହରଷ

ବାଳାରୁଣ ଦୃଶ୍ୟା ସୁବର୍ଣ୍ଣ ପ୍ରତ୍ୟୁଷ(୩)

ମଙ୍ଗଳ ଆଳତି ଦେବ ମନ୍ଦିରରେ

ଘଣ୍ଟା ଘଣ୍ଟି ଶବ୍ଦ କୋଳାହଳ ଭରେ(୪)

ସୁଉସୁଉ ବହେ ପବନ ସୁଗନ୍ଧ

ଚାଷୀ କଣ୍ଠୁ ଭାସି ଆସଇ ସଙ୍ଗୀତ(୫)

ଦୃଷ୍ଟ ପୂର୍ବ ହୋଇ ସ୍ଵର୍ଣ୍ଣବର୍ଣ୍ଣ ଖଳା

ଧାନସମ୍ଭାରରେ ବିଜେ କି କମଳା(୬)

ଗ୍ରାମର ଗୃହିଣୀ ଲିପାପୋଛା ସାରି

ଖରାରେ ବସନ୍ତି ବିରି ବଡି ପାରି(୭)

ବାଡି ବଗିଚାରେ ଗେଣ୍ଡୁ ଫୁଲ ଫୁଟି

ଧବଳ ତରାଟ ଆକର୍ଷଣ ଦୃଷ୍ଟି(୮)

ମୂଳା,ଫୁଲକୋବି,ଧନିଆ ,ବିଲାତି

ସଜ ପରିବାର ମନଲୋଭା କାନ୍ତି(୯)

ଗୋଧୂଳି ସମୟେ ସେ ଗୋଠ ବାହୁଡା

ଗାଈ ଜଗୁଆଳି ହାତେ ନଡାବିଡା(୧୦)

ଖଞ୍ଜଣି ବଜାଇ ଦଳେ ଗାଆଁଭାଇ

ଚାହା ପାଣି ସାଥେ ଲୋକଗୀତ ଗାଇ(୧୧)

ଶୂନଶାନ ଲାଗେ ରାତି ବଢି ଗାଆଁ

ଗଛ ଛାଇ ପଡିଲାଗେ ଖାଆଁ ଖାଆଁ(୧୨)

By: ସସ୍ମିତା ମହାପାତ୍ର(ଲୀନା)

ରବିଟକିଜ, ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍