STORYMIRROR

Subhalaxmi Das

Others

2  

Subhalaxmi Das

Others

ଶୀତ

ଶୀତ

1 min
3.3K


ଶୀତ ମାଉସୀ ଲୋ ଶୀତ ମାଉସୀ,

ଏ ମୋର ଶୀତ ମାଉସୀ,

କାକର ଶେଜରେ ଭାସି ଭାସି,

କୁହୁଡ଼ି ଶେଜରେ ଭାସି ଭାସି,

ତତେ ଦେଖି ମୋର ଟିକି ବଗିଚାର,

ଗେଣ୍ଡୁ ଫୁଲମାନ ଉଠନ୍ତି ହସି ।

ଟୋପା ଟୋପା ଶିଶିର ଭିଜା ଦୂର୍ବାଦଳ,

ଚାଷୀର ଶସ୍ୟଶ୍ୟାମଳା କ୍ଷେତରେ ସୁନାର ଖେଳ।

କି ଖୁସି ଲାଗେ ଗରମ ଶେଯ ଆଢୁଆଳେ,

ସିନ୍ଦୂରା ଫାଟିବାର ସେ ଶୀତ ସକାଳ ।


Rate this content
Log in