STORYMIRROR

Satyajit Swain

Others

2  

Satyajit Swain

Others

ଶୀତ

ଶୀତ

1 min
1.0K



ମୋର ଆସିବା ଆଉ ଯିବା

ଏକ ପ୍ରକାର ନିଶ୍ଚିତ ପ୍ରକୃତିର ନିର୍ଦେଶରେ

ମୁଁ' ଆସିଲେ ଥରିଯାଏ ଏଇ ପୃଥିବୀ

କୁହୁଡ଼ିର ଚାଦର ଘୋଡ଼େଇ ହୋଇ,

ବୁଢ଼ୀ ମାଉସୀ ପରି ଥରି ଥରି

ନିଜ କାମ କରିଚାଲେ ||


ମୁଁ' ଆସେ ଧନୀର ବହୁତଳ ପ୍ରାସାଦକୁ

ସେ' ସେତେବେଳେ ସ୍ୱାଗତ କରେ

ଦାମୀ ଜ୍ୟାକେଟ ଆଉ ଚାଦରକୁ ଘୋଡ଼େଇ ହୋଇ,

ଦାମୀ କପରେ ଚା, ଆଉ କଫି ପିଇ ||


ଗରିବ କୁଡ଼ିଆ ଆଡ଼କୁ ବି ମାଡିଯାଏ

ସେଠି ଯାଇ ତାଚ୍ଛଲ୍ୟ ଭରା ହସ ବି ହସିପାରେ

ହେଂସ, ଚିରା କନ୍ଥା ତଳେ ଶୋଇ,

ଘର ପାଖରେ ନିଆଁରେ ଉଷୁମ ହୋଇ

ସେମାନେ ବି ମୋର ସ୍ୱାଗତ କରନ୍ତି ||


ବେଳେବେଳେ ମାଡିଯାଏ ଫୁଟପାଥ ଆଡେ

ସେଠି ମୋର ରାଜୁତି ଟିକେ ଅଧିକ

ଯହିଁ ଖାଇବା, ପିଇବାର ଠିକଣା ନାହିଁ,

ସେଠି କିଏ ବା ମତେ ରୋକିପାରିବ !


ଯଦିଓ ଏବେ ଠିକ ସମୟରେ ଆସିପାରୁନି

ତଥାପି ସମୟ ପାଇଲେ ଟିକେ ଆସି ବୁଲିଯାଏ

ଏଇ ପୃଥିବୀ ଆଡେ,

ଆଉ ଦେଖିଯାଏ ଲୋକମାନଙ୍କ ସ୍ୱାଗତ......


*ସତ୍ୟଜିତ ସ୍ୱାଇଁ*

*ଅଡଶପୁର, କଟକ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍