STORYMIRROR

Abhinaba Pattniak

Others Children

3  

Abhinaba Pattniak

Others Children

ଶୀତ

ଶୀତ

1 min
124


ଶୀତର ମାଘୁଆ ଜାଡେ ହାଡ ଗୋଡ ଥରେ

ଶୀତଳ ପବନ କୋହଲା ସ୍ପର୍ଶରେ ଓଠ ଥରେ ।


ଚା କପରେ ଝାଙ୍କି ଚୁପି ଚୁପି ସେ ଯେ ହସ ଭରେ 

ନିଦୁଆ ଆଖିରୁ ଚା'ର ସଂଗତି ଦେହରୁ ଶୀତ ହରେ ।


ପିଲାଙ୍କ ପାଇଁତ ଶୀତୁଆ ସକାଳ ପଣିକିଆ ସଜ କରେ 

ସାରଙ୍କ ନାଲି ଆଖି ପାଇଁ ପଣିକିଆ ଗୀତ ଘୋଷି ବାରେ ।


ପଣିକିଆ ଗୀତ ଲାଗଇ ସରସ ପିଲାଙ୍କ ମନ ହରେ 

ଗଣିତ ବିଜ୍ଞାନ ଭୂଗୋଳ ଚିତ୍ରାଙ୍କନ ସବୁ ଅଛି ପଣିକିଆ ଗୀତ କରେ ।


ପିଲାଏ ପଢ଼ିବ ପଣିକିଆ ଗୀତ ଘୋଷିବାକୁ ପଡ଼ିବ ନାଇଁ

ଶୀତର ମିତ ଯେ ପଣିକିଆ ଗୀତ ଶୀତ ପଳେଇବ କାହିଁ ।


ନାଲି ଆଖି ଡର ରହିବ ନାହିଁଟି ପଣିକିଆ ଗୀତ ପଢ଼ 

ପରୀକ୍ଷାରେ ଭଲ ନମ୍ବର ରଖିବ ମନକୁ କରିବ ଦୃଢ଼ ।


Rate this content
Log in