STORYMIRROR

Prasanna Kumar Das

Others

3  

Prasanna Kumar Das

Others

ଶୀତ

ଶୀତ

1 min
243

   

କାର୍ତ୍ତିକ ମାସରୁ ଶୀତ ଆରମ୍ଭ,

ଫଗୁଣ ପାହାନ୍ତି ଶେଷ ହୋଇବ।

ଦିନଛୋଟ ବଡ଼ ରାତି,

ସୂର୍ଯ୍ୟତାପ ଲାଗେ ଅତି ସୁଖଦାୟୀ

ଶୀତକାଳ ସୁଖସାଥୀ ।୧।


ଗୃହହୀନ ଦୁଃଖୀ ଦରିଦ୍ର ଜନ,

ଶୀତର ପ୍ରକୋପେ କମ୍ପେ ପରାଣ।

ଶୀତବସନ ଅଭାବ, 

ଥାଏ ଯା' ସମ୍ବଳ ରେଜେଇ କମ୍ବଳ

ସେହି ସିନା ସୁଖୀ ହେବ ।୨।


ଏକାଳେ ସହଜ ହୁଏ ପାଚନ,

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ସ୍ୱାଦୁ ବ୍ୟଞ୍ଜନ।

ନାନା ଦ୍ରବ୍ୟ ରୁଚିକର,

ସବୁଜିମା କ୍ଷେତ ଶାଗ ପରିବାରେ

ସୁଲଭ ହୁଏ ବଜାର ।୩।


ବନ ଉପବନ ଫୁଲରେ ଭରା,

ଦେହସୁହା ଲାଗେ କଅଁଳ ଖରା।

ଛାଇରେ ଲାଗଇ ଶୀତ,

ସୂର୍ଯ୍ୟ ଢ଼ଳିଗଲେ ଶୀତଳ ପବନ

ଦେହକୁ କରେ ଅହିତ ।୪।


ଉଚ୍ଚ ପରବତେ ତୁଷାର ପଡେ,

କରକା ବରଷେ ସମତଳରେ।

ମାଘୁଆଣି ପାଣି ବର୍ଷି,

ହେମାଳ ପବନେ ଥରେ ଦେହମନ 

ବିକଟ ଶୀତ ପରଷି ।୫।


ବିତିଛି ଶରତ ସୁଖଦ କାଳ,

କିଛି ଦିନ ଶୀତ ଦେବ ଜଞ୍ଜାଳ।

ପ୍ରେରଣା ଦେଉଛି ଶୀତ,

ଦୁଃଖ ପରେ ସୁଖ ଆସଇ ନିଶ୍ଚିତ

ଦେଖ ଆସୁଛି ବସନ୍ତ ।୬।

  ****



Rate this content
Log in