ଶୀତ
ଶୀତ
1 min
183
ଆସିଛି ଭାଇ ଶୀତୁଆ ଜାଡ
କମ୍ପାଇ ଦିଏ ହାଡ଼ l
ଶରୀର ଯାକ ଘେରି ଦେଇଛି
ମନରେ ପୁରେ ଝଡ଼ l
ଲାଗଇ ଡର ଶିହିରା ଜାଡ
ଦେହକୁ ଦିଏ ଘେରି
ଯୁଏ ଅତରା ଗୋରସି ପାଖେ
ବସୁ ଶୀତରେ ଥରି l
ଆନନ୍ଦ ନାହିଁ କାର୍ତ୍ତିକ ଜାଡେ
ଲାଗେ ହେମ କାକର l
କାର୍ତ୍ତିକ ମାଡ଼ ପରି ଏ ଜାଡ
ଦେହର ଲୁଚେ ଗେଲ l
କାକରେ ବୁଢା ବୁଢ଼ୀଙ୍କ ଦେହ
ଯାଏ ଜାଡେ ଶିହିରି l
କଷ୍ଟରେ ଭରେ ସର୍ବାଙ୍ଗ ଦେହ
ଜାଡରେ ଯାନ୍ତି ମରି l
