STORYMIRROR

Er Subhransu Kumar Behera

Others

3  

Er Subhransu Kumar Behera

Others

" ଶୀତ "

" ଶୀତ "

1 min
169

ସରିଲା ଶରତ ଆସିଲା ଶୀତ

ସୁନା ଦିଶିଲାଣି ସେ ଧାନ କ୍ଷେତ ।

ବରଷକ ଶ୍ରମ ଦେଖି ନୟନେ

ହରଷ ସରିଲା ଚାଷୀର ମନେ ।

ଦିନ ବଡ଼ ରାତି ଛୋଟ ହୋଇବ

ପାହାନ୍ତି ଶୀତକୁ ଡର ଲାଗିବ।

କାକରର ଟୋପା ଗଛ ପତରେ

ସୂର୍ଯ୍ୟ କିରଣରେ ଚମକୁଥାଏ ।

କଅଁଳ ଖରାର ଉଷୁମ ତାତି

ପାଣି ଛୁଇଁବାକୁ ଥରଇ ଛାତି ।

ଶୀତ ଦେଖି ଭାରି ଲାଗେ ଅଳସ 

ଖରାରେ ବୁଲିଲେ ଲାଗେ ସରସ ।

କାର୍ତ୍ତିକରୁ ମଗୁଶୁରର ମାସ

ପଉଷକୁ ମାଘ ଶୀତର ମାସ ।

କେତେ ପର୍ବ କେତେ ଯାନି ଯାତରା

ପିଠା ପଣା ହେବ ମଣ୍ଡା କାକରା ।

ଜାତି ଜାତି ଫୁଲ ଫୁଟି ଗଛରେ

ପ୍ରକୃତି ହସୁଛି ବଧୂ ବେଶରେ ।

ଅଳସକୁ ଡରି ନ କର ହେଳା

କର୍ମଟି ନ କଲେ ବୁଡିବ ଭେଳା ।


        


Rate this content
Log in