ଶୀତ ସଂଧ୍ୟା
ଶୀତ ସଂଧ୍ୟା
1 min
388
ପ୍ରସୂକୋଳ ଗାମୀ ହେବାକୁ ଅଧିରେ
ପ୍ରଭାକର ପ୍ରଭା କ୍ଷୀଣ କରି କ୍ରମେ
ପ୍ରବିଷ୍ଟ ହେଲେଣି ପ୍ରତିଚୀ ପ୍ରାଙ୍ଗଣେ ାାା୧ାା
ପ୍ରସୂନ ତା ପ୍ରାସ କହେ କି ଆକାଶେ
ପ୍ରେକ୍ଷଣ ପ୍ରସାରି ଆକୁଳେ ଅଧିରେ
ପ୍ରଭାବ କୁ ଡରି ଶିଶିର ପତନେ
ପ୍ରମାଦ ଗଣଇ ନିଶି ଆଗମନେ ାା ୨ାା
ପୁଣି ସେ ସୂମନ ଭା଼ଳିହୁଏ ମନେ
ପ୍ରଭୂ କି ମିଳନ୍ତି ବିନା କଷଣ ରେ
ପୀଡା ସହେ ବୋବି ନିତି ନିଶୀଥ ରେ
ପ୍ରଭାତେ ଫୁଟେ ମୁଁ ବିଭୂ ଆଶୀର୍ବାଦେ
ପରଶି ମହକ ଜଗତ ଜନରେ ାା ୩ାା
