STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଶୀତ ସକାଳରେ ଦିନେ

ଶୀତ ସକାଳରେ ଦିନେ

1 min
345


ଅତି ମନୋହର ସକାଳ ଶୀତଳ

କେତେ ଦିନ ପରେ ଆଜି

ମାର୍ଗଶୀର ମାସ ଗୁରୁବାର ବୋଲି

ରହିବାକୁ କ୍ଷଣେ ରାଜି


ସୂରଜ ଚମକ ଶୀତ ସକାଳରେ

ଗେଲ କଲା ପରି ଲାଗେ

ପ୍ରକୃତି ଦାରୁଣୀ ଅପ୍ରାକୃତ ବାଣୀ

କିଏ ଜାଣେ ଆସେ କେବେ।


ସକାଳ ସୂରଜ ଖେଳୁ ଯେବେ ଧିରେ

ଅମୃତ ପରଶ ଦିଏ

ଘରଣୀର ଡାକ ଉଠୁଛ କି ନାହିଁ

ମାଣବସା ବୋଲି କହେ


କାଉ ଡାକି ନାହିଁ ଗଗନେ ପବନେ

ନିଦ ସରି ନାହିଁ ସେତେ

ଯଉବନ ଥିଲେ ପ୍ରଣୟ ପାଖରେ

ରତି ମନେ ସବୁ ବିତେ


ପାଖରେ ଚାହାଟା ଥୋଇଲାଣି ପ୍ରିୟା

ଉଠିବାକୁ ହେବ ପୁଣି

ମାଣବସା ବୋଲି ଆସୁନାହିଁ ପାଖ

ପ୍ରୀତି କାଳେ ଦେବି ବୁଣି


ଶୀତର ମହୁଆ କମ୍ବଳ ଛାଡୁନି

ଘରଣୀ ଘୋରୁଛି ଝୋଟି

କେତେବେଳେ ପୁଣି ଡାକଟେ ଛାଡୁଛି

ଅଫିସି କି ଆଜି ଛୁଟି।


ସୂରଜ ଉଠିଲେ ଆକାଶ ମଣ୍ଡଳେ

ଉଠିବାକୁ ହେବ ପୁଣି

ବେଦନା ବ୍ୟାହତ ହେବ ବୋଲି ପ୍ରିୟା

ହସୁଥାଏ ମନ ଜାଣି।


ପ୍ରଶାନ୍ତ କୁମାର ହୋତା


Rate this content
Log in