ଶୀତ ସକାଳ
ଶୀତ ସକାଳ
ଶୀତ ସକାଳ
ଶୀତ ସକାଳ ଲାଗେ ଅତି ଆପଣାର ।
ସବୁଜ ଗାଲିଚା ପରେ ଭିଜା କାକର ॥
ଡାକୁ ଥାଏ ଡାଲେ ପିକ ।
ମନରୁ ହରେ ସଂତାପ ।
ମୁକ୍ତା ଝରା ଖରା ତାର ଦେହ ପାଇଁ ବଡ ହିତ ॥0॥
ପାହାଡର ଚୂଡା ଛୁଇଁ ସୁରୁଜ ଆସନ୍ତି ଉଇଁ ।
ପାହାଡୀ ଝରଣାଟିଏ ଯାଉଥାଏ ଡେଇଁଡେଇଁ ।।
ବନାନୀର ଆର ପାରେ
ସବୁଜିମା କ୍ଷେତ ଭୁଇଁ
ଶୀତ ଦେହ ଖୋଜୁ ଥାଏ ଟିକେ ଖରା ଟିକେ ଛାଇ ॥୧॥
ଦୂରେ କାହିଁ ଦେଖା ଦିଏ ଦି’ ଧାଡିଆ ଗାଁ ଟିଏ ।
ସାପ ଭଳି ଲମ୍ବି ଥାଏ, ତା ପାଖରେ ନଈ ଟିଏ ॥
ଶାଗଡିଆ ଚାଲିଥାଏ
ଦଣ୍ଡନାଚ ଗୀତ ଗାଇ
ବଳଦ ବେକ ଘୁଙ୍ଗୁର ବାଜୁଥାଏ ତାଳ ଦେଇ ॥୨॥
ସୁନା କ୍ଷେତ ହସୁଥାଏ ଚାଷୀ ଭାଇ ଖୁସି ହୁଏ ।
ଗାଁ ଫୁଲ ବଗିଚାରେ ଶୀତ ଲୁଚକାଳୀ ଖେଳେ ॥
କିଏ ଫୁଲ ତୋଳୁ ଥାଏ
କିଏ ନିଆଁ ପୋଇ ହୁଏ
ଶୀତ ଥୁରୁ ଥୁରୁ ହାତେ ଧାନ କେଣ୍ଡା ନାଚୁ ଥାଏ ॥୩॥
***
