STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ଶୀତ ସକାଳ

ଶୀତ ସକାଳ

1 min
341



ଅନ୍ତରଙ୍ଗ ବେଦନା ର ମିଳନ ବେଳ

ଇପ୍ସିତ କାମନା ର କୋଳ

ଦିବା ନିଶି ଅଭିମାନରେ ଲୁଚକାଳି ଖେଳ

ତନ୍ଦ୍ରାଚ୍ଛନ୍ନ ଦିବାକର ସ୍ୱର୍ଣିମ କିରଣେ

ଶିକ୍ତ ପାଖୁଡା ରେ କାକର ଟୋପାକୁ

ମୁକ୍ତା କରି ପିନ୍ଧିବାର ଛଳ

ଶୀତ ସକାଳ

ଜୀବନ ପରିଧି ପରେ ଦ୍ୱନ୍ଦ ର

ଦଣ୍ଡାୟମାନ ଧୂଆଁଳିଆ କେତେକାଳ

ଯାଇ -ଯୁଇ -ହେନା -ଟଗର- ଗେଣ୍ଡୁ

ହସି ହସି ସାଥେ ଯିଇଁବାକୁ ସପଥ ପାଇଁ ମେଳ

ଶସ୍ୟରାଜି ର ଅବାସ୍ତବ ହସ

ବାସ୍ତବତା ପାଇସାରି ହୁଏ ଭାବବିହ୍ୱଳ

ଅଙ୍ଗେ ସଙ୍ଗ କରି କୁହୁଡି ଚାଦର

ଧଳା ମୁକ୍ତା ରେ ବାନ୍ଧି ଗଜରା ହାର

ଶୋରିଷ ଫୁଲ କୁ ଧାନ କ୍ଷେତ କହେ

ତୋ ରଙ୍ଗେ ପିରତି ଭାବ ଥାଉ ଚିରକାଳ

ଶୀତ ସକାଳ

ବାକି ପାହାନ୍ତି ରାତି ର ସମ୍ଭୋଗ ସଂଗୀତ ର ସ୍ୱର ଝଙ୍କାର

ପରିଣତ ବୟସ ରେ ଥରଥର ଓଁକାର

ଅତୀତ କୁ ନିଆଁ ସଜେଇ

ସେକିବାକୁ ହୁଏ କର୍ମ ଫଳ ରହି ନିଶ୍ଚଳ

କିଛିକ୍ଷଣ ଉତ୍ତାରୁ ହାତ ଛାଡି ଦେଇ ହମ୍ବା ରଡି ଥୋଇ

ଟ୍ରେନ ପରି ଉଭେଇ ଯାଏ

ସେ ଚିରସ୍ମରଣୀୟ ଶୀତ ସକାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍