STORYMIRROR

Sasmita Das

Others

3  

Sasmita Das

Others

ଶୀତ ସକାଳ

ଶୀତ ସକାଳ

1 min
443

ସବୁ ଋତୁ ଠାରୁ

ଶୀତ ଋତୁ ଲାଗେ

ନିଆରା ନିଆରା

ଶୀତ ସକାଳ ରେ

ସୁନ୍ଦର ଦିଶଇ ଏ ଧରା ।

ସୁଲୁ ସୁଲୁ ବାଆ

କଅଁଳିଆ ଖରା

ଛୁଇଁ ଯାଏ ଦେହ ସାରା ।

ଘାସ ଗାଲିଚା ରେ

କାକର ର ଟୋପା

ଲାଗେ ମୁକ୍ତା ଝରା ।

କ୍ଷେତ ରେ ଫସଲ

ହସୁ ଥାଏ ଯେବେ

ଚାଷୀ ଭାଇ ମାନେ

ମଣନ୍ତି ଧରା କୁ ସରା ।

କଅଁଳା ବାଛୁରୀ

ଆନନ୍ଦ ମନରେ

ଡେଉଁ ଥାଏ ଦାଣ୍ଡ ସାରା


Rate this content
Log in