STORYMIRROR

Madhabi Patel

Others

4  

Madhabi Patel

Others

ଶୀତ ସକାଳ

ଶୀତ ସକାଳ

1 min
600


ଶୀତ ଆସିଛି ଶୀତୁଆ ପବନେ

କୁହୁଡି କାକର ଧରି

ଧିରସ୍ପର୍ଶ ଦେଇ ଯେବେ ଛୁଇଁଯାଏ

ଦେହଟା ଉଠଇଥରି।


ସତେକି କୁଆଁରୀ କନିଆଁ ଝିଅଟା

ଶୀତଳ ହେମାଳ ଛୁଆଁ

ରୋମାଞ୍ଚିତ ହୁଏ ତାହାରି ପରଶେ

ପାଖେ ଖୋଜେ ରଡନିଆଁ।


କୁତୁ କୁତୁ କରି ମାରି ଶିଶିକାରି

କରୁଥାଏ କୋଳାଗ୍ରତ

ପିଲାଠୁ ବୁଢା ଯୁବକ ସଭିଏଁ 

ହୋଇ ରୁହନ୍ତି ସଂଯତ।


ସୁଏଟର ସାଲ ଟୋପି ହାତମୋଜା

ଗୋଡମୋଜା ଆଦି ପିନ୍ଧି

ତାହାଠାରୁ ସର୍ବେ ଦୂରେଇ ରୁହନ୍ତି

ଖାଆନ୍ତି ଗରମ ରାନ୍ଧି।


କୁହୁକିନୀ ଶୀତ ଆସିଲେ ମରତ

ସବୁଜ କିଆରି ହସେ

ରବି ଫସଲ ଓ ପନି ପରିବାରେ

ଫୁଲ ବାସନାରେ ବାସେ।


କ୍ଷେତରୁ ଅମଳ ହୋଇଥାଏ ଧାନ

ଖଳାଟା ସୁନ୍ଦର ଦିଶେ

ଲକ୍ଷ୍ମୀ ଠାକୁରାଣୀ ଘରେ ପ୍ରବେଶନ୍ତି

ସୁଖରେ ଘରଟା ହସେ।


ଅନେକ ପରବ ପଡଇ ଶୀତରେ

ମାଣବସା ଗୁରୁବାର

ଲକ୍ଷ୍ମୀଙ୍କର ପର୍ବ ସ୍ବାଗତ ସତ୍କାର

କରେ ସବୁ ପରିବାର।


ଶୀତୁଆ ପବନ ମନେ ଉନ୍ମାଦନ

ଭରିଥାଏ ସଭିଙ୍କର

ଫୁଲରେ ଫୁଲରେ ଜଗତ ହସଇ

ଦେଖି କଷ୍ଟ ହୁଏ ଦୂର।


Rate this content
Log in