STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ଶୀତ ସକାଳ

ଶୀତ ସକାଳ

1 min
261


ଶୀତ ଆସେ ଦୂର ପାହାଡ ତଳୁ

 ଆମ ଗାଁ ମନ୍ଦିର ବେଢ଼ାର ଘଣ୍ଟ ଶବ୍ଦ ଶୁଣି

ନଈତୁଠେ ଜାଡରେ ଥୁରୁଥୁରୁ 

ବୁଡମାରୁଥିବା ହବିଷିଆଳୀଙ୍କ ଭିଡ ଭିତରେ 

ଗୁହାଳୁ ଗୋଠକୁ ବନ୍ଧାହେଉଥିବା 

ଗାଈ ବଳଦମାନଙ୍କର ହମ୍ଵା ରଡିରେ 

ରୁଣୁଝୁଣୁ ଚୁଡି ପାଉଁଜିର ଶବ୍ଦେ

ଫେରୁଥିବା ନୂଆବୋହୁର ଲାଜୁଆ ଚାହାଣୀରେ 

ଦାଆ ଧରି ଗୀତ ତାଳେ ସନିଆଁ ଭାଇ 

କାକରେକାଟେ ପାଚିଲା ଧାନ ବିଲେ ।

ଶୀତ ଛୁଇଁ ପାରେନି ଜମା 

ମୋ ବୁଢୀମାର ପାକୁଆ ପାଟି

ଆଉ ମଥାକୁଗେଲ କରି ଲଗାଇଥିବା ତିଳକ ଟିପାକୁ ।


ବୁଢୀମା କୁହେ ଏ କି ଶୀତ

ନାହିଁ ଆଉ ଆଗପରି ଶୀତର ମହକ

ପାରିବନି ସେ ମୋ ହାଡଭାଙ୍ଗି  ।

ସାରା ଗାଁଟା ଘୁମାଉଥାଏ

ଘୋଡି ହୋଇ କୁହୁଡି କମ୍ଵଳ

ଟପ୍ ଟପ୍ ଲୁହ ଝରାଇ ତରୁଲତା ଘାସ

ଖୋଜିବୁଲନ୍ତି ଶୀତକୁ 

ଶୀତ ଭାରି ତରକା ପ୍ରଜାପତି

ଧରା ନ ଦିଏ ସେ କାହା ହାତେ

ଉଡୁଥାଏ ଫୁଲରୁ ଫୁଲ

ଚୁପଚାପ କମ୍ଵଳ କାଢି କେତେବେଳେ

ଫୁର୍ ହୋଇଯାଏ ସୂରଜ ଉଇଁଲେ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍