STORYMIRROR

Rabindra Mishra

Others

3  

Rabindra Mishra

Others

ଶୀତ ସକାଳ ଓ ମୁଁ

ଶୀତ ସକାଳ ଓ ମୁଁ

1 min
264

ଶୀତ ସକାଳଟା କାନେ କାନେ

ସତେ ଅବା କାହିଁକି ଯାଉଛି

ମଳୟ ର ମନ୍ଦ ସ୍ଵନ ସତେ କି ବା

ରାଗିଣୀର ସଙ୍ଗୀତ ଗାଉଛି

କାହିଁ ଦୂର ମନ୍ଦିରର ଘଣ୍ଟ ଧ୍ୱନି

ଘଣ୍ଟା କିନ୍ତୁ ଟିକ ଟିକ ସମୟଟା ଆଗେଇ ଚାଲିଛି ।1।


କସ ମସ ଶରୀର ଟା ଶୋଇବାକୁ

ତୁଳି ତଳ୍ପ ଶେଯରେ ଲୋଟିଛି

ଘଣ୍ଟେ ଅବା ଦୁଇ ଘଣ୍ଟା ଆହୁରି ଶୁଅନ୍ତା

ସ୍ୱପ୍ନ ର ନାଲି ନୀଳ ରଙ୍ଗ

ଜୀବନର ସ୍ରୋତ କିନ୍ତୁ

ମିଶିବାକୁ ମୃତ୍ୟୁ ସିନ୍ଧୁ ସହ ଆଗକୁ ମାଡୁଚି ।


ଶୀତୁଆ ସକାଳରେ ଥଣ୍ଡା ଥଣ୍ଡା ଛୁଆଁ

ଶରୀର ଟା ଏକଦମ ଉଷୁମ ଖୋଜୁଛି

ଆଃ........ ଥାଆନ୍ତା କି ପ୍ରେମିକାର

ନିଟୋଳ ଦେହର ବାସ୍ନା

ଦୁଇ ବାହୁ ଛନ୍ଦି ତାକୁ ପଚାରନ୍ତି

ରହିଯାଅ ସମୟ ତୁ

ମୁ ଚାହେଁ ଯିବାପାଇଁ ପଛକୁ ପଛକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍