STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଶୀତ ସିକ୍ତ ମେଦିନୀ

ଶୀତ ସିକ୍ତ ମେଦିନୀ

1 min
270



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା,

• ---------- -------------------- ----------

• ହାଡ ଭଙ୍ଗା ଜାଡ ଥୁରୁ ଥରୁ ଥୋଡ ସତେକି ବରଫ ଝଡ଼

• ବରଷେ ବରଫ ଧରଣୀ ବୁକୁରେ ଭାଙ୍ଗି ବରଫ ପାହାଡ଼ ।।

• ଅବନୀ ରାଣୀର ସବୁଜ ପଣତ ଶିଶିରେ ଧବଳ ବର୍ଣ୍ଣା

• ପଡ଼ି ରବିକର ସତେକି ରଜତ ଚାରୁ କୁଟିକମ ସମା ।।

• ଦିଶଇ ସୁନ୍ଦର ସତେକି ଭୂଧର ଅମର ପୁର ସମାନ

• ବିଚିତ୍ର ଚିତ୍ର ରେ ସୁସଜ୍ଜିତ ହୋଇ ଶୀତ ର ଏ ଆଗମନ ।।

• ପ୍ରବଳୁ ପ୍ରବଳ ଶୀତ କି ଚଞ୍ଚଳ ବରଫ ଅଞ୍ଚଳ ଝାଡି

• କୁହୁଡି ପଣତେ ଘୋଡାଇ ଦେଇକି ଶୀତ ଆସୁଅଛି ମାଡି ।।

• ଖଳାରେ ପାହାନ୍ତି ବେଳାରେ ବେଙ୍ଗୁଳା ଧାନ କଳେଇରେ ଶୀତ

• ପଲ୍ଲୀ ରୁ ସହର ପାହାଡ଼ ଡଙ୍ଗରେ ଶୀତ କରୁଛି ରାଜତ୍ଵ ।।

• ଫିକା ଫିକା ଚାନ୍ଦ ରୂପେଲି ଜୋଛନା ଶୀକର ସିକ୍ତ ଏ ରାତି

• ପ୍ରିୟା ବାହୁବନ୍ଧେ ଶୀତ ମିତ ବସେ ଦୁଲୁକି ଉଠଇ ଛାତି ।।

• ଶୀତ ମନ୍ଦ ମନ୍ଦ ଗତିକରି ଚାଲେ ସତେକି ଗୁଣ୍ଠୁଣୀ ହାତୀ

• ରାତି ସରୁ ନାହିଁ ବହଳ ଶିତୁଆ ଅନ୍ଧାର ଉଠିଛି ମାତି ।।

• ଏ ବେଳରେ ଶ୍ଵାନ ଜନମ ଦେଲେଣି ମେଞ୍ଚା ମେଞ୍ଚା କୁନିଛୁଆ

• ଶୀତରେ ଆତୁରେ କେଁ କାଁ ରଡି ସତେକି ବିକଳ ଆହା ।।

• ଗରୀବ କୁଟିରେ କୁଙ୍କୁରି କାଙ୍କୋରି ନିଆଁ ଉହ୍ମେଇ ତା ସାହା

• ଶୀତକାଳ ଯମ ସମ ଅବା ତାରେ କରେ ଉପହାସ ଆହା ।।

• ଏମନ୍ତ ଏ ଶୀତ ମହୀକରେ ସିକ୍ତ ପ୍ରଫୁଲ୍ଲ ଉଚ୍ଛନ୍ନ ମନ

• ଏ ଶୀତ ଦାଉରୁ ରକ୍ଷା କର ଆହେ ପଦ୍ମନାଭ ନାରାୟଣ ।।

• ++++


Rate this content
Log in