ଶୀତ ଋତୁ
ଶୀତ ଋତୁ
ଶିରି ଶିରି ଶୀତେ ଧରଣୀ ହସେ,
ନା ନା ଫୁଲ ଫଳେ ଜଗତ ବାସେ।
ନା ନା ପରିବାକୁ ଫଳାଏ ଶୀତ,
ପାଚିଲା ଧାନରେ ଲହରେ କ୍ଷେତ।
ହେମନ୍ତ ସରିଲେ ଆସଇ ଶୀତ,
ସକାଳୁ କାକର ପଡେ ବହୁତ।
ଦରକାର ହୁଏ ଗରମ ଶେଯ,
ଆରାମ ଲାଗେ କଅଁଳ ସୁରୂଯ।
ଚଉରା ମୂଳରେ ମୁରୂଜ ପଡେ
ଘର ଶୋଭାପାଏ ସୁନ୍ଦର କେଡେ। ଥଣ୍ଡା ପାନୀୟ ପାଖ ନପଶେ,
ଗରମ ଚା' ରୁ ଆନନ୍ଦ ଆସେ।
ବନ୍ଯା କି ବାତ୍ଯାର ନଥାଏ ଡର,
ନିର୍ମଳ ଦିଶଇ ନୀଳ ଅମ୍ବର।
ପୌଷ ଆଉ ମାଘ ଦୁଇଟି ମାସ,
ଶିଶିର ଋତୁର ହୁଏ ସମାସ।
