STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଶୀତ ରାତି

ଶୀତ ରାତି

1 min
244


ଶୀତ ରାତି ..
ତୁମେ ଝଡର ଝଙ୍କାର ନିଃଶବ୍ଦ ମନ ର ଓଁକାର
ଶୀତଳେଇ ପାର ସ୍ୱପ୍ନ ର ଶିହରଣ
ପୁଣି
ଧୂଳି ମଳି ମଲାଟ ଓଠେ ବିଛେଇ ଦିଅ ସଅପ ଶୁଷ୍କତା ର
ଶୀତ ରାତି ..
ତୁମେ ଭାଙ୍ଗି ପାର ଉଷୁମ ଜହ୍ନ ର ପିଠି ହାଡ
ତୁମ ବର୍ବୋରଚିତ ଆଲିଙ୍ଗନେ ଖୋଜିଚାଲେ ମୁଁ ଶାନ୍ତି ର ସମ୍ଭାର
ଭଙ୍ଗା ଚାଳ ଭଙ୍ଗା ପିଣ୍ଡ ନିରବତା ସାଥେ ଯେ
ଦୀନାବୁଢା କୋଳାହଳ ଜୀବନ ରେ କୁଞ୍ଚିତ ଭାଗ୍ୟ ଲେଖୁଥାଏ
ତୁମ ଚାବୁକ ମାଡ
ଶୀତ ରାତି..
ତୁମେ ମାର୍ବଲ ଚଟାଣ ମଖମଲ ଚାଦର ରେ
ଦୁଧ ଭାତ ଖିଆ ଶାରୀ
ସେ ନିର୍ଜନତା କୁ ସଂଗୀତ କହିଲେ ହଁ
ସେ ବ୍ୟାକୁଳତା କୁ କବିତା କହିଲେ ହଁ
ହେଲେ ମୁଁ ଜାଣେ ତୁମେ ନୁହେଁ ତ କାହାରି
ଖାଲି ଯାହା ଉଜାଗର ରହିଥାଅ ସଜେଇ ପ୍ରହରୀ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍