STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଶୀତ ପଶିଲାଣି

ଶୀତ ପଶିଲାଣି

1 min
6.2K


ଶୀତ ପଶିଲାଣି ସହର ଭିତରେ

ନେପାଳୀ ନେଲେଣି ଯାଗା

ଚାହା ଖଟି ଏବେ ଜୋର ଧରିଲାଣି

ପାଇବେ ସଭିଏଁ ମଜା


ରାତିର ପ୍ରହରେ ନହେଲା ନିଥରେ

ସହରଟା ଶୁନ୍ ଶାନ୍

ରେଜେଇ ଆନନ୍ଦ ଜାଣିଛି ଯିଏସେ

ନାଚି ଉଠେ ଧୂମ୍ ଧାମ୍


ତଥାପି ଅଜୀର୍ଣ୍ଣ ହୁଅନ୍ତି ଥୋକାଏ

ପ୍ରେମର ବିଷାଦ ବଳେ

ଆସିବକି ସତେ ଜହ୍ନ ଆଲୁଅରେ

ରୂପ ଲାବଣ୍ୟର ତଳେ


କେତେ ଗୁପ୍ତ କଥା ଆସୁଥାଏ ମନେ

ତନୁ କହୁଥାଏ ଜାଗ

କେମିତି କହିବେ ପ୍ରାଣର ଆବେଗ

ଖୋଜୁଥାନ୍ତି ଅନୁରାଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍