STORYMIRROR

Arjuni charan Behera

Others Children

4  

Arjuni charan Behera

Others Children

ଶୀତ ପାଇଁ ଗୀତ

ଶୀତ ପାଇଁ ଗୀତ

1 min
380


କାର୍ତ୍ତିକର ଶେଷେ ଏ ଧରା ଧାମରେ 

   ଆସେ ମାସ ମାର୍ଗଶୀର l

ବିଷ୍ଣୁ ଘରଣୀଙ୍କୁ ପ୍ରଣତି ଜଣାଇ ଯାଏ 

     ହେମନ୍ତ ଶିଶିର ll

ହେମନ୍ତର ଶେଷେ ଶୀତର ପ୍ରବେଶ 

    ଥର ଥର ହୁଏ ଧରା l

ଦିବସଟି ଛୋଟ ରାତି ହୁଏ ମୋଟ 

   କାଟୁନାହିଁ ଆଉ ଖରା ll

ଦେହେ ଶୀତବାସ ଦେଲେ ପୀତବାସ 

     ଗରିବର ବଡ଼ କଷ୍ଟ l

ଚୋରଙ୍କର ଏହା ଚାନ୍ଦିନୀ ରାତିଟି 

    ମାତି ଉଠିଲେଣି ଖଣ୍ଟ ll

ଶୀତ ରାତି କାଳରାତ୍ରି ପ୍ରାୟେ ଲାଗେ 

    ରାତ୍ରୀ ଜାଗ୍ରତ ପ୍ରହରୀ l

ଗ୍ରାମ ଦାଣ୍ଡେ ଶୋଇ ଶ୍ଵାନ ସାରାରାତି 

    ଜଗେ ଭୁକ ଭୁକ କରି ll

ଏ କାଳେ ଫସଲ କାଟିଣ କୃଷକେ 

    କ୍ଷେତକୁ କରନ୍ତି ପଦା l

ପଲା ମାରି ଜଗି ଖଳାରେ ଶୁଅନ୍ତି 

   ମାରିଣ କଳେଇ ଗଦା ll

କାଳ ଆବର୍ତ୍ତନେ କଷ୍ଟଦାୟୀ ଶୀତ 

   ଚାଲି ଯାଏ ଗାଇ ଗୀତ l

ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ସୃଷ୍ଟି 

    ଧନ୍ୟ ତୁମର ଜଗତ ll

ଶୀତ ଚାଲିଗଲା ପୌଷ ମାଘ ଶେଷେ 

   କରି ତା'ର ଅଭିନୟ l

ମାଆ ବୀଣାପାଣି ଚରଣେ ସମର୍ପେ 

    ଋତୁରାଜ କିଶଳୟ ll

  


Rate this content
Log in