STORYMIRROR

Ayushman Tripathy

Others

3  

Ayushman Tripathy

Others

ଶୀତ ମୋହିନୀ

ଶୀତ ମୋହିନୀ

1 min
222

ଛଅ ଭଉଣୀ ଧରି ସପ୍ତ ରଞ୍ଜନ

ଧରା ପୃଷ୍ଠେ କରନ୍ତି ଅବରୋହଣ

ସର୍ବେ ସାଜନ୍ତି ସ୍ୱକାଳେ ନିରକ୍ଷୟ

ଦମନ ନହୋଇ ସାଜନ୍ତି ଅଜୟ।


ପ୍ରଚଣ୍ଡର ସହ ଝିପିଝିପି ଘନ

ନିର୍ମଳ ତରୁଣ ଜାଡତ୍ୱ ପ୍ରବୀଣ

ମଧୁମଳୟର ପୂର୍ବୁ ସେ ପ୍ରକାଶ

ଜାଡମୟ ଧରା ହୁଏ ଶୀତାଭାସ।


ବ୍ୟାପ୍ତ କରି ସର୍ବ ବସୁନ୍ଧରା ଭୂମି

ନିର୍ଝର ଝରଇ ଅନଳର ଊର୍ମୀ

ଅନୀଳ ହୁଅଇ ଅନଳ ଯେସନ

ପୁଥିବୀରେ ହୁଏ ଶୀତର ଶାସନ।


ଶ୍ବେତ ପାଟ ସହ ବିଭୁଷିତ ଧରା

ଉଷାର ଆବେଶେ କୁହୁଡି ରେ ଭରା

ଭୁପୃଷ୍ଠ ଦିଶଇ ଅତି ମନୋହରା

ସତେ ଏ ଶୀତ ର କୁହୁକ ନିଆରା।


କେବେ ଲାଗେ ମହୀ ଶ୍ୱେତ ମନ୍ଦାକିନୀ

ଅବା ଚନ୍ଦ୍ର ନିକି ଶୀତଳ ମୋହିନୀ

ସୁବର୍ଣ୍ଣ ଖେଳାଏ ତା କୃଷ୍ଣ ଗରଭେ

ହସ ଫୁଟିଉଠେ ସାରା ରସା ନଭେ।


ତୁଷାର ତୃଷା ରେ ଅଧିର ବସୁଧା

ଶୀତ ଆଗମନେ ପିଏ ରୁପସୁଧା

କାକର କୁହୁଡି କାର୍ତ୍ତିକେ ପ୍ରବର

ଆସଇ ରାଜୀବ ମୃତ୍ୟୁ ର ଖବର।


ଅଗ୍ନି ଏକମାତ୍ର ଶୀତରେ ଭରସା

ଜାଡତ୍ବ ରେ ସେହି ଶୀତମୟ ନିଶା

ବ୍ୟାଘ୍ର ରୁପେ ଶୀତ ରସା ଆସେ ମାଡି

ଶୀତ ଶାସନ ରୁ କିଏ ମୁହଁ ମୋଡି।


ଶୀତମୋହିନୀ ର କୁହୁକ ଆବେଶେ

ସାରା ଧରା କ୍ଷେତ୍ର ଭାସେ ନିଶାକାଶେ

ବୋଇତ ପରବ ମାଣବସା ପୁଜା

ଧାନ୍ୟ କଟା ସହ ମାନ ହୁଏ ପ୍ରଜା।


ନୀଳକଣ୍ଠ ପୁଜା ପାଇଥାନ୍ତି ଶୀତେ 

ମହାଶିବରାତ୍ରୀ ଦିଏ ପୁଣ୍ୟ ସତେ

ପ୍ରଚଣ୍ଡ ଜାଡରେ ତନୁ ପାଏ ଘାତ

ଶୀତ ଦିଏ ସର୍ବ ଜଡ ପ୍ରତିଘାତ।

          

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍