STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ଶୀତ ଗୀତ

ଶୀତ ଗୀତ

1 min
264


ନିଦ୍ରା ଭଙ୍ଗ କରି ଶଯ୍ୟା ତ୍ୟାଗ କରି

   ଚାଲ ଦେଖିଯିବ ମିତ

 ଶୀତୁଆ ସକାଳ ଉପଭୋଗ କରି

   ଗାଇବାରେ ଶୀତ ଗୀତ।


କୁହୁଡ଼ିରେ ଭର୍ତ୍ତି ଆକାଶରୁ ମାଟି

  ହିମରେ ଶୋଭୁଛି ଧରା,

ମୁକୁତା ଯେସନ କାକରର ଟୋପା

ପଡ଼ିଅଛି ଘାସ ସାରା।


ଠାଏ ଠାଏ ଦିଶେ ନିଆଁ ପୋହୁଁ ଛନ୍ତି

  ନଗରର ନର ନାରୀ,

ବସାରେ ଥାଇଣ ପଦାକୁ ଉଣ୍ଡନ୍ତି

  ବାଇ ଚଢେଇ ଚାରି।


ଶୀତ ସକାଳର ଶୀତଳ ପରସେ

  ଶିତଳତା ଯାଏ ଖେଳି,

ସୂର୍ଯ୍ୟର ତିର୍ଯ୍ୟକ କିରଣ ଧରାରେ

   ଖେଳୁଥାଏ ଲୁଚକାଳି।


ସକାଳୁଆ ଶୀତ ପଞ୍ଜାକୁ ମେଲେଇ

  ମାଡି ଆସେ ବାଘ ଭଳି,

କୁହୁଡି ଭିଡରୁ  କଅଁଳିଆ ଖରା

  ଧୀରେ ଧୀରେ ଆସେ ଚାଲି।

  

    


Rate this content
Log in