ଶୀତ ଭଲପାଏ
ଶୀତ ଭଲପାଏ
ଶୀତ ଭଲପାଏ ଫୁଙ୍ଗୁଳା ଦେହକୁ
ବେଶୀ ଭଲପାଏ ଓଠକୁ
ଶୀତ ଭଲପାଏ ସକାଳ ଗାଧୁଆ
ପୋଖରୀ ତୁଠର ପାଣିକୁ
ଏ ବରଷ ଶୀତ ଭଲ ପାଇଅଛି
ଆଳୁ ପିଆଜର ଭାଉକୁ (1)
ଶୀତ ଭଲପାଏ ଚାଳ କୁଡିଆକୁ
କୁନି ବଉ ଗାଲ ମୁଣ୍ଡାକୁ
ଶୀତ ଭଲପାଏ କମଳ ରେଜେଇ
ମଶାରୀ ଭିତର ଗପକୁ
ଏ ବରଷ ଶୀତ ଭଲ ପାଇଅଛି
ପରିବା ବଜାର ଦରକୁ (2)
ଶୀତ ଭଲପାଏ କବିତା ଆସର
କବିର କଳ୍ପନା ଭାବକୁ
ଶୀତ ଭଲପାଏ facebook,whats app
Twitter, instagram କୁ
ଏସନ ଶୀତଟା ଭଲପାଇଅଛି
Jio, Airtel ଦରକୁ (3)
ଶୀତ ଭଲପାଏ ପାହାଡି ଝରଣା
ଷୋହଳ ବୟସୀ ରୂପକୁ
ଶୀତ ଭଲପାଏ ବଣଭୋଜି ମେଳ
Selfie,Tiktok ଫଟୋ ଉଠାକୁ
ଏସନ ଶୀତଟା ଭଲ ପାଇଅଛି
ସରକାରୀ ଫାଇନ୍ ଖାତାକୁ(4)
ଶୀତ ଭଲପାଏ ପଖାଳ କଂସାକୁ
ଧାନମଣ୍ଡି ଗଦା ଦୁଃଖକୁ
ଶୀତ ଭଲପାଏ ନାଲିଆ ବୋତଲ
ଦୁଇ ପେକ୍ ଦୁଇ ତୁକାକୁ
ଏସନ ଶୀତଟା ଭଲ ପାଇଅଛି
ନିଜ ମୁହଁ ତୁଣ୍ଡି ବନ୍ଧାକୁ(5)
