ଶୀତ ଅନୁଭୂତି
ଶୀତ ଅନୁଭୂତି
ସବୁଥରି ପରି ଏଥର ଶୀତ ଆସିଲାଣି
ଧୀରେ ଧୀରେ ଚାରିଆଡେ କୁହୁଡି ଚାଦର ଢାଙ୍କିଲାଣି
ଆଜି କଲି ସୂର୍ଯ୍ୟ ବି ଲୁଚା ଛପା ଖେଳ ଖେଳିଲେଣି
ଆଉ ଆଗ ଭଳି ଖରା ଦେହକୁ କଷ୍ଟ ଦେଉନି
ତା ବଦଳରେ ପାଣି ଛୁଇଁବାକୁ ଡର ଲାଗିଲେଣି
ସବୁ କିଛି ଘଟିଚାଲିଛି ଆପଣା ପଥରେ
ଖାଲି ମୁଁ ଯେଉଁଠି ଥିଲି ଏଥର ବି ସେଇଠି
ହଁ ସମୟ ରୁ କିଛି ହରାଇ ସାରିଛି
କିଛି ଅନୁଭୂତି ରହିଯାଇଛି ସ୍ମୃତିର ସିଲଟରେ
ସେଇ ଶୀତ ରାତିର କରୁଣ ଚିତ୍ର
ଯେଉଁଦିନ ତୁମେ ଯାଇଥିଲ ମୋ ସହରକୁ ଛାଡି
ମୁଁ ଚିତ୍କାର କରିଥିଲି ଯନ୍ତ୍ରଣାରେ ଏକା ଏକା
ନିର୍ଜୀବ ରାସ୍ତାର ଛାତିରେ ବସି ବସି
ଆଉ ଆଜି ଯେତେ ବେଳେ ପୁଣି ଶୀତ ଆସୁଛି
କେବେ କେବେ ସେଇ ଦିନ ପୁଣି ମନେ ପଡୁଛି।
