"ଶୀତ ଅନୁଭୂତି"
"ଶୀତ ଅନୁଭୂତି"
1 min
345
ଶୀତୁଆ ପାଗରେ
ମନ ଚହଲି ଯାଏ
କାଲୁଆ ବାଆରେ
ଦେହ ଥରେଇ ଦିଏ।୧।
ସଅଳ ସଅଳ
ଆସେ ନାହିଁ ଖରା
ଚାରି ଆଡ଼େ ଖାଲି
ଦେଖ ଶୀତ ପସରା।୨।
ଭଲ ଲାଗେ ମୋତେ
ପୁଣି ଶୋଇବାକୁ
ହୋଇ କମ୍ବଳ ଘୋଡ଼ି
ଖାଇବାକୁ ପକୁଡି।୩।
କିରି କିରି ଶୀତ
ଦେହ ଥରେଇ ଦିଏ
ଛନଛନ ମନ
ସତେ ଦହଲି ଯାଏ।୪।
କୁହୁଡି ପାଗକୁ
ସତେ ନଡ଼ିଆ ମୁଢି
ଶୋଇ ଥିବୁ ଆରେ
ସତେ ଗୁଧୁଡି ଘୁଡି।୫।
ପାଠ ପଢ଼ାରେ ଯେ
ଲାଗଇ ନାହିଁ ମନ
ସକାଳୁ ସକାଳୁ
ଆସେ କେତେ ସପନ।୬।
