STORYMIRROR

Ajay kumar Behera

Others

3  

Ajay kumar Behera

Others

"ଶୀତ ଅନୁଭୂତି"

"ଶୀତ ଅନୁଭୂତି"

1 min
354


ଶୀତୁଆ ପାଗରେ

ମନ ଚହଲି ଯାଏ

କାଲୁଆ ବାଆରେ

ଦେହ ଥରେଇ ଦିଏ।୧।


    ସଅଳ ସଅଳ

    ଆସେ ନାହିଁ ଖରା

    ଚାରି ଆଡ଼େ ଖାଲି

    ଦେଖ ଶୀତ ପସରା।୨।


ଭଲ ଲାଗେ ମୋତେ

ପୁଣି ଶୋଇବାକୁ

ହୋଇ କମ୍ବଳ ଘୋଡ଼ି

ଖାଇବାକୁ ପକୁଡି।୩।


   କିରି କିରି ଶୀତ

   ଦେହ ଥରେଇ ଦିଏ

   ଛନଛନ ମନ

   ସତେ ଦହଲି ଯାଏ।୪।


କୁହୁଡି ପାଗକୁ

ସତେ ନଡ଼ିଆ ମୁଢି

ଶୋଇ ଥିବୁ ଆରେ

ସତେ ଗୁଧୁଡି ଘୁଡି।୫।


   ପାଠ ପଢ଼ାରେ ଯେ

   ଲାଗଇ ନାହିଁ ମନ

   ସକାଳୁ ସକାଳୁ

   ଆସେ କେତେ ସପନ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍