STORYMIRROR

Bibhuti Bhusan Mohanty

Others

4  

Bibhuti Bhusan Mohanty

Others

ଶୀତ ଆସିଲାଣି

ଶୀତ ଆସିଲାଣି

1 min
237


ସକାଳର ଏବେ କଅଁଳ ଖରାଟି

ଦେହକୁ ଭଲ ଲାଗିଲାଣି

ଗେଣ୍ଡୁ ଗଛର କଢମାନେ ସବୁ ପାଖୁଡା ପାଖୁଡା ଖୋଲିଲେଣି

ଦେଖ ଭାଇ ଶୀତ ଆସିଲାଣି ।


ଚଉରା ମୂଳରେ ନବ ବଧୂଟିଏ ରଙ୍ଗୋଲି ମୁରୁଜ ଆଙ୍କିଲାଣି

ମହା ପୂଣ୍ୟର ମାସ ଯେ କାର୍ତ୍ତିକ,

ସକାଳୁ କୀର୍ତ୍ତନ ଶୁଭିଲାଣି

ମାଛ, ମାଂସ ଝୋଳ ବାସ୍ନା ଆଉ ନାହଁ 

ଧରମ ମାସର ହବିଷ ଅନ୍ନ ଟା ମନ ମତୁଆଲା କରିଲାଣି

ଦେଖ ଭାଇ ଶୀତ ଆସିଲାଣି ।


ଉତ୍କଳ ହତ ଗୌରବର ଦିନ 

ମନେ ପକାଇବା ଦିନ ଆସିଲାଣି

ବୋଇତ ବନ୍ଦାଣ ଉତ୍ସବ ପାଇଁକି

ନଦୀମାନେ ସଜ ହୋଇଲେଣି

ଦେଖ ଭାଇ ଶୀତ ଆସିଲାଣି ।


ମାର୍ଗଶୀର ମାସ ଶୀତ ସକାଳରେ

ମାଣବସା ଦିନ ଆସିଲାଣି

ଲକ୍ଷ୍ମୀଙ୍କ ଝୁଟିରେ ଦୁବ ପୁକୁସୁଙ୍ଗା ଆଉ 

ଗେଣ୍ଡୁମାନେ ବସିବାକୁ ମନ କରିଲେଣି

ଦେଖ ଭାଇ ଶୀତ ଆସିଲାଣି ।


ସାମ୍ବଦଶମୀ ରେ ମଣ୍ଡା ପିଠା ପାଇଁ

ମନ ହାଇଁପାଇଁ ହୋଇଲାଣି

ବାଡ଼ିରେ କୋଷଲା,ବନ୍ଧା, ଫୁଲ କୋବି

ଫୁଟିବାକୁ ରେଡି ହୋଇଲେଣି

ଦେଖ ଭାଇ ଶୀତ ଆସିଲାଣି ।


ରଙ୍ଗ ବେରଙ୍ଗ ଶୀତ ବସ୍ତ୍ର ସବୁ 

ଦୋକାନୀରେ ପରା ଦିଶିଲାଣି

ବହୁଦିନ ପରେ ରେଜେଇ କମ୍ବଳ ଆଖି ଖୋଲିକି ଚାହିଁଲେଣି

ଏସି କୁଲର ମାନେ ନିରବରେ ଏବେ

ବିଶ୍ରାମ ନେବାକୁ ଚାଲିଲେଣି

ଧୀରେ ଧୀରେ ରାତିର ଗଭୀରତା ବଢ଼ିଲାଣି

ଦିନ କମି କମି ଆସିଲା ବେଳକୁ,

ଶୀତ କଷ୍ଟକୁ ସହିବା ପାଇଁକି ମନୁଷ୍ୟ ପ୍ରସ୍ତୁତ ହୋଇଲାଣି

ଦେଖ ଭାଇ ଶୀତ ଆସିଲାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍