STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଶୀତ ଆସିଲାଣି ଧୀରେ

ଶୀତ ଆସିଲାଣି ଧୀରେ

1 min
310


ଅଳସୀ ରାତିର ଫୁଙ୍ଗୁଳା ଛାତିରେ

ଶୀତ ନଇଁ ନଇଁ ଆସେ

ଲାଜେଇ ଜହ୍ନ ଟା ସରମେ ଝାଉଁଳି 

ବଉଦ ଫାଙ୍କରେ ହସେ ।।


ପାହାଡ ସେପଟେ ଦୂର ଶାଳବଣ

ସ୍ବାଗତ ସଂଗୀତ ଗାଏ

ସାଗର ବୁକୁରେ ଉତ୍ତାଳ ତରଙ୍ଗ 

ତନୁକୁ ତା' ଛୁଉଁଥାଏ ।।


ସୈକତ ର ସିକ୍ତ ବାଲୁକା ଶେଯରେ

ଝଲମଲ ପାଦଚିହ୍ନ 

ନୁପୂର ରାଗିଣୀ ଶୁଭେ ପ୍ରତିଧ୍ବନି 

ପ୍ରାଣେ ଭରେ ଶିହରଣ  ।।


ପାଦ ଚାପି ଧୀରେ ଲାଜକୁଳି ଲତା

ଆସେ ବାତାୟନ ପଥେ 

ମୁଗ୍‌ଧ ଚାହାଣୀରେ ପ୍ରୀତି ର ମଦିରା

ସତେକି ଢାଳୁଛି ହାତେ ।।


ନରମ ନରମ କୋମଳ ପରଶେ

ମାଦକତା ଭରିଯାଏ

ଆକାଶ ଛାତିରେ ତାରାଫୁଲ ଯେତେ

ମହମହ ବାସୁଥାଏ ।।


ଧୂମାନ୍ତ ବଳୟ ମ୍ଳାନ ଗୋଧୂଳିରେ 

ଶୀତଳ ସମୀର ବହେ

ସଂଜ ଗଡିଗଲେ ଧରଣୀର ବୁକୁ

ପ୍ରେମରଂଗେ ସଜ ହୁଏ ।।


କାକର ବିନ୍ଦୁ ରେ ରୂପର ପସରା

ଢଳଢଳ ଆୟୁଷ୍ମାନ 

ସରଗର ଶଶୀ ପଡିବକି ଖସି 

ପୁଲକିତ ତନୁ ମନ ।।


ରାତିର ବୟସ ବଢିଚାଲେ ଧୀରେ 

କାମନାର ଢେଉ ଖେଳେ

ବିରହିଣୀ ପ୍ରିୟା ଉଦାସୀ ନୟନେ

ପ୍ରୀତିର ର ସ୍ତବକ ତୋଳେ ।।


ନିଥର ନୀରବ ରାତ୍ରିର ପ୍ରହର

ଥୁରୁ ଥୁରୁ ଥରୁଥାଏ

ଶୀତଳ ପବନ ମୃଦୁ ସମ୍ମୋହନ 

ପ୍ରେମସିକ୍ତ କରୁଥାଏ ।।


ରଜନୀଗଂଧାର ଚନ୍ଦନ ମହକ

ଭୂମିରୁ ଭୂମା କୁ ଛୁଏଁ 

ରୂପେଲୀ ଜୋଛନା ସୋରିଷର ଫୁଲେ

କିରି କିରି ହସୁଥାଏ ।।



Rate this content
Log in