ଶୀତ ଆସିଛି
ଶୀତ ଆସିଛି
ଶୀତ ଆସିଛି ଶୂନଶାନ ରାତିରେ
ପାହାନ୍ତି ପ୍ରହରେ କାକର ବିନ୍ଦୁରେ,
ଆସିଛି ଶୀତ କୁନା ବୋଉର
ଫଟା ପଣତରେ
ଚମ ଧୁଡୁ ଧୁଡୁ ରୁଗ୍ଣ ଶରୀରରେ l
ଶୀତ ଆସିଛି ଫୁଲ ବଗିଚାରେ
ରଙ୍ଗୀନ ଫୁଲର ମଖମଲ୍ଲୀ ପାଖୁଡ଼ାରେ
ଆସିଛି ଶୀତ ପକ୍ୱ ଧାନ୍ୟ କ୍ଷେତ୍ର ରେ
ଫୁଲ ଓ ବନ୍ଧାକୋବି ର ସବୁଜ ପତ୍ରରେ
ଶୀତ ଆସିଛି ଶିଶୁର କାନ୍ଦରେ ପୁଣି
ପ୍ରଜାପତି ର କୋମଳ ଡେଣାରେ ।
ଏ ଶୀତ କନ୍ଦାଇବ,ହଜାଇବ
ଭିଜାଇବ ତା'ର ଆର୍ଦ୍ର ପଣତରେ,
ଦୁଃଖୀର ସାତ ସିଆଁ ଫଟା କମ୍ବଳ ରେ
ପୁଣି ତା'ର ଭୋକିଲା ପେଟର ଅନ୍ତରାଳରେ
ଧନୀ ସାହୁକାରର ରେଜେଇ ଭିତରେ
ଦାମୀ ଦାମୀ ସାଲ ସ୍ଵେଟର ର
ପ୍ରଚୁର୍ଯ୍ୟ ମଧ୍ୟରେ ।
ଏମିତି ଏ ଶୀତ ଆସୁଥିବ, ଯାଉଥିବ
ପୁଣି ଗାଉଥିବ ଗୀତ
ପ୍ରେମ ର ହେଉ ଅବା
ଯନ୍ତ୍ରଣା ର ବିରହ ସଙ୍ଗୀତ
ତଥାପି ସେ ଆସିବହିଁ ଆସିବ
ଏଇଟାତ ନିତ୍ୟ ନୈମିତିକ ।
