STORYMIRROR

Pranati Mahapatra

Others

3  

Pranati Mahapatra

Others

ସହୀଦ ସଲାମ

ସହୀଦ ସଲାମ

1 min
150


ଭୁଲି ଘରଦ୍ୱାର ପିଲା ପରିବାର

ଜୀବନକୁ ଦେଇ ଜଳାଞ୍ଜଳି,

ସାମାନ୍ୟ ଅର୍ଥର ଦକ୍ଷିଣା ନେଇ

ନିଜ ଦେଶ ପାଇଁ ଯା'ନ୍ତି ଜଳି।


ନିଦ୍ରାଦେବୀ ତାଙ୍କ ପାଶ ତ ପଶେନି

ଅର୍ଥେ ନ ହୋଇଣ ବଶ,

ଭାରତୀର ଓଠେ ଟିକେ ହସ ପାଇଁ

ନିଜକୁ କରନ୍ତି ଶେଷ।


ରାଜକାର୍ଯ୍ୟ ପାଶେ ଗୃହକାର୍ଯ୍ୟ ତାଙ୍କ

ପାଇଁ ହୋଇଥାଏ ତୁଚ୍ଛ ପରି,

ସ୍ଵାଧୀନ ଭାରତ ସନ୍ତାନ ସେ ତ

ନିଃସ୍ୱାର୍ଥରେ କାର୍ଯ୍ୟ ଥାନ୍ତି କରି।


ଭୋକ ଶୋଷ ସବୁ ଭୁଲିଯାନ୍ତି ସିଏ

ଗୋଳାବାରୁଦର ସାଥି ହୋଇ,

ଶତୃ ସୈନ୍ୟ ପାଖରେ ସେ କେବେ

ମୁଣ୍ଡକୁ ନଥାନ୍ତି ଯେ ନୁଆଁଇ।


ଜୀବନକୁ ବାଜି ଲଗାଇଣ ଦେଇ

ଶତୃ ସହିତ ରଣ କ୍ଷେତ୍ରରେ,

ରଣ ହୁଙ୍କାରରେ ଯୁଦ୍ଧ କରି କରି

ଶତୃମୁଣ୍ଡ ଗଡାଇଥାଏ ଭୂମିରେ।


ଲଢିଲଢି ପଛେ ଦିଏ ସେ ଜୀବନ

ତଥାପି ରଖେ ତା ମାଟିର ମାନ,

ତା'ପାଇଁ ଗର୍ବିତ ହୁଏ ମା ଭାରତୀ

ସିଏ ତା ମାଆର ବୀର ସନ୍ତାନ।


ସେହି ସନ୍ତାନ ତ ସମସ୍ତଙ୍କ ପାଇଁ

ହୋଇ ଯାଆନ୍ତି ତ ବୀର ସହୀଦ,

ସହସ୍ର ତୋପର ସଲାମ ଦେବାରେ

ଭୁଲି ଯାଇ ଆମେ ସବୁ ଜାତି ଭେଦ।



Rate this content
Log in