ଶିବମୟ ଏ ସଂସାର
ଶିବମୟ ଏ ସଂସାର
• ଶିବ ମୟ ଏ ସଂସାର
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ତୁଷାର ଧବଳ କର୍ପୂର ଗୈାର ଗୋକ୍ଷୀର ରଜତ ରଙ୍ଗ
• ଅସାମାନ୍ୟ ତବ କାନ୍ତି ବିଭାସିତ ବିଦ୍ୟୁତ୍ ପ୍ରଭା ର ତରଙ୍ଗ ।।
•
• ତହୁଁ ବଳି ହର ରଜତ ଶିଖର ମଉଳି ମଣ୍ଡନ କରି
• ବିଶ୍ଵ ଇତିହାସେ ହୀମାଳୟ ଗିରି ଭାରତ ମାତା ମଉଳି ।।
•
•
• ତହିଁ କଇଳାଶ ଗିରିଶ ଈଶ୍ଵର ପାର୍ବତୀ ରମଣ ହର
• ମଣ୍ଡନ କରିଛ ଦିବ୍ୟ ଦିଗମ୍ବର ଦେବ ଦେବ ମହେଶ୍ୱର ।।
•
• ଅକର୍ମ କର୍ମ ଦାୟକ ଯୋଗୀବର ଯୋଗାଧିରାଜ ଈଶ୍ଵର
• ତୁମ ଦରଶନ ନପାଇଲେ ନାହିଁ ଦୂରରୁ କରେ ଯୁହାର ।।
•
• ଘେନାକର ପଶୁପତି ,ଭୂତପତି ଆରତୀ ଆର୍ତ୍ତ ଗୁହାରି
• ଦୁ଼ଃର୍ନିତୀ ଅସୁର ମସୁଦ୍ ଆଝାର କବଳରୁ କର ପାରି ।।
•
• ଶିବ ଶିବ ମୟ ପବିତ୍ର ଭାରତ ମୁନି ଋଷି ତପୋଭୂମି
• ନାରଖାର ହୁଏ ଖଣ୍ଡ ବିଖଣ୍ଡତ ବିଭଙ୍ଗ କରେ ବିଧର୍ମୀ ।।
•
• ଜାଗରେ ଜାଗର ଜାଳଇ ଜଗତ ଜଗତର ହୀତ ପାଇଁ
• ଉନିଦ୍ର ରଜନୀ ଜଳଇ ରୋଷଣୀ ଶିବ ମୟ ଯାଏ ହୋଇ ।।
•
• ବିଲ୍ଵଦଳ ପୁଷ୍ପ ଗଜରେ ମଣ୍ଡିତ ରଜତ ସିଂହାସନରେ
• ବିଜେ କରିଛନ୍ତି ତ୍ରଇଲୋକେଶ୍ଵର ରାଜ ରାଜାଧି ବେଶରେ ।।
•
• ଡମ୍ଵରୁ,ତ୍ରୀଶୂଳ,ଗୟଷ ର ହାର ବ୍ୟାଘ୍ର ଚର୍ମ ପରିଧାନ
• ରୁଦ୍ରାକ୍ଷ ମାଳିକା ତ୍ରୀପୈ।ଣ୍ଡ୍ରକ ଚିତା ଶୋଭା ଶୀରି ଅବର୍ଣ୍ଣନ ।।
•
• ଏ ଜୀବ ଜଗତ ତବ ଆରାଧନା ,ପୁଜା ଅର୍ଚ୍ଚନା ରେ ମଗ୍ନ
• ହେ ବୃଷଭେଶ୍ଵର ପ୍ରଫୁଲ୍ଲ ବିକଳ ଦୁଃଖୀ ନିବେଦନ ଘେନ ।।
