STORYMIRROR

Suresh chandra Rath

Others

3  

Suresh chandra Rath

Others

ଶିବ ସ୍ତୁତି

ଶିବ ସ୍ତୁତି

1 min
294

ଅର୍ଦ୍ଧନାରୀଶ୍ବର  ତ୍ରିପୁର ଇଶ୍ବର

   ରକ୍ଷାକର ସତୀପତି

ତ୍ରିଲୋଚନ ପ୍ରଭୁ  ରୁଦ୍ର ମହାଦେବ

    ଶରୀରେ ଦିଅ ଶକତି

ହେ ଗୌରୀଶଙ୍କର  କପିଳ ଇଶ୍ବର

    ଦୁର୍ଗତିନାଶିନୀ  ସ୍ବାମୀ

ଭବାନୀ ଶିବାନୀ   ଅମ୍ବିକା ପ୍ରିୟ

    ଚରଣେ କରେ ପ୍ରଣାମି

ଭୋଳାନାଥ ଦେବ  ଭୋଳାଶଙ୍କର ହେ

    ଅକିଂଚନେ ଦୟା ଥିବ

ସଂସାର ବକ୍ଷରେ   ତୁମ ନାମ ଜପି

    ଜୀବନ ଯେପରି ଯିବ

ମହେଶ ସୁରେଶ   ଦେବେଶ ଉମେଶ

    ଭୁବନ ଇଶ୍ବର ଶିବ

ଅଚିନ୍ତ୍ୟ ଅଗସ୍ତ୍ୟ    ଅକୁଳ ଅକ୍ଷତ

    ତୁମେ ପରା ଆଦିଦେବ

ଭକତ ବତ୍ସଳ     ବିଶ୍ବନାଥ ବାବା

    ଭୂତପତି  ଚନ୍ଦ୍ରଚୁଡ

ଦେବ ଦିଗମ୍ବର    ଦୁର୍ଦ୍ଧର୍ଷ କପର୍ଦ୍ଦି

    ପିନାକୀ ଶଙ୍କର ହର

କପାଳୀ କାମାରୀ   କବାଚୀ କଠୋର

    ଜଟାଧାରୀ ମହାକାଳ

ଦିଅ ହେ ସୁରକ୍ଷା    ସର୍ବଜ୍ଞ ଅନଘ

    ଦୂରେ ଥାଉ ଦୁଷ୍ଟ କାଳ

ବୀରଭଦ୍ର ସୋମ    ଭର୍ଗ ଭଗବାନ

     ମୃତ୍ୟୁଞ୍ଜୟ ବ୍ୟୋମକେଶ

ଶାଶ୍ବତ ସାତ୍ବିକ     ଅବ୍ୟକ୍ତ ଅନନ୍ତ

     ବିଶ୍ବେଶ୍ବର  ଆଶୁତୋଷ

ବିଷ୍ଣୁବଲ୍ଲଭ ହେ    ଶୁଳପାଣି ଶମ୍ଭୁ

     ଶିବଲୋକେ ସ୍ଥାନ ଦିଅ

ଅନ୍ତିମ କାଳରେ    ଭୂଜଙ୍ଗ ଭୂଷଣ

     ଦର୍ଶନ ହିଁ ଅଭିପ୍ରାୟ ।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍