STORYMIRROR

Narendra Prasad Behera

Others

3  

Narendra Prasad Behera

Others

ଶିବ ଶଙ୍କର

ଶିବ ଶଙ୍କର

1 min
27


ହେ ଶିବ ଶଙ୍କର ତୁମେ ଯେ ବିଶ୍ୱର

   ପୂଜନ୍ତି ତୁମ ପୟର

ତୁମ ବିନା ମୁକ୍ତି ନାହିଁ ଯେ କାହାର

   ସଂସାରୁ ହେବାକୁ ପାର ।୧।


ତୁମ କ୍ରୋଧ ବଳେ ଏ ସାରା ଜଗତ

   ହୋଇଯିବ ଟଳମଳ

ଶାନ୍ତ ହେଲେ ତୁମେ ଏ ମହୀମଣ୍ଡଳେ

   ହସିବ ମାଆର କୋଳ ।୨।


ଅପୁତ୍ରିକ ଯେବେ ହୁଏ ପୁତ୍ରବ୍ରତୀ

   ତୁମରି ଆଶିଷ ପାଇ

ନିଃସନ୍ତାନ ଲଭେ କୋଳରେ ସନ୍ତାନ

  ତୁମ ନାମ ଗାଇ ଗାଇ ।୩।


ଶ୍ମଶାନ ବାସିନୀ ଭୋଳା ମହେଶ୍ୱର

  ତୁମକୁ କୋଟି ଜୁହାର

କରୁଛି ପ୍ରାର୍ଥନା ଘେନ ହେ ଠାକୁର

  ମଣନି ଆମକୁ ପର ।୪।


ସାରା ବିଶ୍ୱେ ତୁମେ ପୂଜା ପାଉଅଛ

   ଭିନ୍ନ ଭିନ୍ନ ନାମ ନେଇ

କିପରି ବର୍ଣ୍ଣିବି  ମହିମା ତୁମର

  ପାରୁନି ମୁଣ୍ଡେ ପୂରାଇ ।୫।


ଆଳଦା ଗ୍ରାମରେ ପୂଜା ପାଅ ତୁମେ

  କଳ୍ପେଶ୍ୱରାୟ ନାମରେ

କେତେ ମାନସିକ ବ୍ରତଧାରୀ ପୁଣି

   ପୂଜନ୍ତି ନୂଆ ବସ୍ତ୍ରରେ ।୬।


ତୁମ କୃପାବଳେ ତରିଲେଣି କେତେ

  ମାନସିକ ବ୍ରତଧାରୀ

ଏକା ମୁଁ ରହିଛି ତୁମକୁ ଅନାଇ

  କରିଦିଅ ମୋତେ ପାରି ।୭।


ଦିଅ ସଦବୁଦ୍ଧି ହୋଇବି ମୁକତି

  କରୁଛି ଯେବେ ମୁଁ ପୂଜା

 ଆର୍ଶୀବାଦ ଦିଅ ହେ ପାର୍ବତୀ ପତି

  ତୁମେ ମୋ ହୃଦୟ ରାଜା ।୮।



రచనకు రేటింగ్ ఇవ్వండి
లాగిన్