ଶିବ ବିବାହ
ଶିବ ବିବାହ
ଜ୍ୟେଷ୍ଠ ମାସ ଶୁକ୍ଳ
ଷଷ୍ଠୀ ତିଥିରେ
ଶିବ ବିବାହ ମହୋତ୍ସବ
ଶୈବ ପୀଠ ସବୁ
ଆନନ୍ଦ ମୁଖର
ମନ ପ୍ରାଣ ପ୍ରଫୁଲ୍ଲିତ ।
କଇଳାଶ ପତି
ପ୍ରଭୁ ଭୋଳାନାଥ
ବର ଵେଶରେ ବାହାରି
ପର୍ବତ ନନ୍ଦିନୀ
ମାତା ପାର୍ବତୀଙ୍କୁ
ପତ୍ନୀ ରୂପେ ଥାନ୍ତି ବରି ।
ଈଶ୍ୱର ପାର୍ବତୀ
ମହା ମିଳନରେ
ଦିବ୍ୟ ରୂପ ଦରଶନ
ବିବାହ ମଣ୍ଡପେ
ଦରଶନ କଲେ
ଧନ୍ୟ ହୋଇଯାଏ ଜନ ।
ଆମ ସଂସ୍କୃତି
ମହାନ୍ ସଂସ୍କୃତି
ଶିବ ବିବାହ ମହୋତ୍ସବ
ଶୀତଳ ଷଷ୍ଠୀ ରୂପେ
ପାଳନ କରନ୍ତି
ଭକ୍ତି ଭରେ ସର୍ବ ଲୋକ ।
କେତେ ଯେ ସୁନ୍ଦର
ଆମର ସଂସ୍କୃତି
ବାର ମାସେ ତେର ପର୍ବ
ଶିବ ବିବାହର
ନିଆରା ଉତ୍ସବ
ଉତ୍କଳ ରାଇଜେ ଖ୍ୟାତ ।
