STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଶିବ ବିବାହ

ଶିବ ବିବାହ

1 min
140


ସଂସାର ହାଟରେ ଆଶ୍ଚର୍ଯ୍ଯ ଲିଖନ

ଧର୍ମ ଇତିହାସେ ଅଛି

ଯାହା ମଣିଷକୁ ବିଶ୍ବାସ ହୁଏନି

ତଥାପି କୀର୍ତ୍ତି ରହିଛି।


ପଶୁ ପକ୍ଷୀ ଅବା ସରୀସୃପ ପରି

କୀଟ ଓ ପତଙ୍ଗଗଣ

ବିବାହ ନ କରି ବଂଶ ବିସ୍ତାରରେ

ସର୍ବଦା ରଖନ୍ତି ମନ।


ନିଜର ଇଛାରେ ନିଜ ଭବିଷ୍ଯତ

କରନ୍ତିନି ମୋଟେ କେହି

ମନୁଷ୍ଯ କେବଳ ବିବାହ ବନ୍ଧନେ

ବୟସ ହେଲେ କରଇ।


ଥରେ ନୁହେଁ ଆଜ୍ଞା ବିଭିନ୍ନ ବିବାହ

ପ୍ରଜାପତୟେଃ ସହିତ

ମନ୍ଦିର ରାକ୍ଷସ ଗାନ୍ଧର୍ବ ଆଉ ବି

ଧରିପଳା ହୁଏ ସତ୍ଯ।


କିନ୍ତୁ ଶିବଙ୍କର ବର୍ଷକରେ ଥରେ

ବିବାହ କରନ୍ତି ସଦା

ଯାନି ଯୌତୁକଠୁ ଶୋଭାଯାତ୍ରା ସହ

ଧୂମଧାମେ ଝିଅ ବିଦା।


ପାର୍ବତୀଙ୍କ ସହ ଶିବ ବିବାହକୁ

ଅପେକ୍ଷା ହିଁ କରିଥାନ୍ତି

କେବେ ଆସିଯିବ ଏ ଶୀତଳ ଷଷ୍ଠୀ

ଦେଖିବା ମଜା ଚାହାନ୍ତି।


ପ୍ରତି ଶିବାଳୟେ କଳମୁଖରିତ

ଏ ଶୀତଳ ଷଷ୍ଠୀ ଦିନେ

ବାଜା ବାଣ ସହ ଆଲୋକ ତୋରଣ

ଉପଭୋଗେ ସର୍ବେ ଧ୍ଯାନେ।


କେଡେ଼ ମନୋହର ଏ ବୈଦିକ ରୀତି

ବିବାହକୁ ଦେଖୁଥିଲେ

ଦେହ ମନ ପ୍ରାଣ ପ୍ରଫୁଲ୍ଲିତ ହୁଏ

ଯଦି ପାଖେ ପାଖେ ଥିଲେ।


ଜଗତ କଲ୍ଯାଣ ପାଇଁ ଏ ବିବାହ

ବର୍ଷକରେ ଥରେ ଆସେ

ଭାଇଚାରା ସୃଷ୍ଟି ମାନବୀୟ ସୁଖ

ଏ ସଂସାରେ ହାଟ ବସେ।


ମୋର ତରଫରୁ କୋଟିଏ ପ୍ରଣାମ

ହେ ଶିବ ପାର୍ବତୀ ଆଜି

ଜୀବନ ନୌକାକୁ ଟଳମଳ କରି

ମୋଟେ ଦେବନାହିଁ ଭାଜି।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍