STORYMIRROR

Prasant Kumar Nath

Others

3  

Prasant Kumar Nath

Others

ଶହୀଦ

ଶହୀଦ

1 min
228


ଭାରତ ମାତାର ସୁରକ୍ଷା ପାଇଁକି

ଯବାନ ଶପଥ ନେଲେ

ସେହି ମାଆକୁ ସେ ରକ୍ଷା କରିବାକୁ

ନିଜେ ପ୍ରାଣବଳି ଦେଲେ ।


ସୀମାରେ ଶହୀଦ ଶବ ଗଡୁଅଛି

କାନ୍ଦୁଛି ଭାରତ ମାତା

ଶୋକରେ ବିଭୋର ଏ ସାରା ସଂସାର

ଝୁରୁଛି ତାଙ୍କୁ ଜନତା ।


ଭୁଲିଗଲେ ସବୁ ଆପଣାର ସ୍ୱାର୍ଥ

ନିଜ ଘର ପରିବାର

କୋଟି ଜନତାଙ୍କୁ ସୁରକ୍ଷା ଦେଇ ସେ

ହୋଇଲେ ଚୀର ଅମର 


ମାଆ କାନ୍ଦୁଅଛି ପୁଅ ପାଇଁ ତାର

ପୁଅ କାନ୍ଦେ ବାପା ପାଇଁ

ପତ୍ନୀ କାନ୍ଦୁଅଛି ସ୍ୱାମୀକୁ ତା' ଝୁରି

ଯାଇଛି ବିଧବା ହୋଇ ।


ଛାତିକୁ ପଥର କରି କା'ର ବାପା

ଛାତିରେ ଭରିଛି କୋହ

ଅସମ୍ଭାଳ ହୋଇ କାହା ଝିଅ ଆଜି

ଆଖିରୁ ଝରାଏ ଲୁହ ।


କାହା କୋଳ ଆଜି ଶୂନ୍ୟ ହୋଇଗଲା

କା'ଘର ସାଜେ ଅନ୍ଧାର

କିଏ ଝରାଉଛି ଆନନ୍ଦର ଅଶ୍ରୁ

ଉଜୁଡିଲା କା'ସଂସାର ।


ତାଙ୍କରି ଶବରେ ଏମାତା ଧରିତ୍ରୀ

ପିନ୍ଧିଛି ବିଜୟ ଟୀକା

କୋଟି ଜନତାଙ୍କ ପ୍ରାଣ ରକ୍ଷା କରି

ଦେଇଛି ଆଜି ସୁରକ୍ଷା ।



Rate this content
Log in