STORYMIRROR

Satyabati Swain

Others

4  

Satyabati Swain

Others

ଶେଷରୁ ଆରମ୍ଭ

ଶେଷରୁ ଆରମ୍ଭ

1 min
319


ରକ୍ତ ସ୍ୟାହି

ନାଲି ଗୋଲାପ

ମୟୂର ଚନ୍ଦ୍ରିକା

ଯମୁନା

ମୋହନ ବଂଶୀ

ସମାଧି

ସାଧନା

ଯୋଗ ଜପ ତପ

ଭକ୍ତି ଭାଵ ଓ ପରମାତ୍ମାଙ୍କୁ

ସମର୍ପଣ ଅର୍ଘ୍ୟର ଅନ୍ୟ ନାମ ଜୀବନ।


ପାହାଡ଼ି ରାସ୍ତା

ସୁଡଙ୍ଗ

ମ୍ୟାଓବାଦୀ ଆତଙ୍କ

ଲଦାଖର ସୃଷ୍ଟି

ଆଗ୍ନେୟଗିରି ଲାଭା

କାଶ୍ମୀର ସେଓ

ସୁନା ଆତ ଓହରିଣ ସର୍ଵଗ୍ରାସୀ ଲୋଭ

ଅପହରଣ

ସମୁଦ୍ର ସେତୁ

ରାବଣ ହତ

ଲଙ୍କା ଧ୍ୱଂସର

ଅନ୍ୟ ନାମ ଜୀବନ।


ପଶା

ନିଶା

ଅବୈଧ ସନ୍ତାନ କର୍ଣ୍ଣଙ୍କ

ନିଃଶବ୍ଦ କାନ୍ଦ

ବିବଶ ମା କୁନ୍ତୀଙ୍କ ଯନ୍ତ୍ରଣା

ଅନ୍ଧ ଧୃତରାଷ୍ଟ୍ରଙ୍କ ଅନ୍ଧ ପୁତ୍ର ପ୍ରେମ

ଅତି ଅଭିମାନୀ ଦୁର୍ଯୋଧନର ଇପ୍ସା

ଦ୍ରୌପଦୀ ଉଲଗ୍ନର କଳଙ୍କିତ ଗାଥା

ପ୍ରତିଶୋଧ ନିଆଁ

ଈର୍ଷାର ବିଜୁଳି

ସମୟ ଅସହାୟ,ନୀରବ

ମହାଭାରତ 

କୁରୁକ୍ଷେତ୍ର ମୁଣ୍ଡ ମାଳ

କୁରୁ ବଂଶ ନାଶର ବିକଟ ଚିତ୍କାର

ରକ୍ତ ନଦୀର ଆତ୍ମକଥାର

ଅନ୍ୟ ନାମ ଜୀବନ।


ସ୍ୱପ୍ନ

ସମ୍ଭାବନା

ଟଳ ମଳ ପାଦ

ଦଳିତ ଦୁର୍ବା

ଭିଡ଼

ନିସଙ୍ଗତା

ଦୁଷ୍କର୍ମ

ଲିଭ୍ ଇନ୍ ରିଲେସନ

ନୀଳ ଜହ୍ନର ମୋହ

ବାର୍ ଗାର୍ଲ ଡ୍ୟାନ୍ସ

ପେଗ୍ ଙ୍କ ଆଖି ଇସାରା

କିନ୍ନରଙ୍କ ଦାବୀ

ଏବଂ

ରାନୁ ମଣ୍ଡଳର ଭାଗ୍ୟ ପରିବର୍ତ୍ତନର

ନାମ ହିଁ ଜୀବନ।


ଫୁଲ

ମହୁ

ଭଅଁର

ଡେଣାକଟା ପ୍ରଜାପତି

ଫଗୁଣ

କୋଇଲି 

ପିଚକାରୀ ମନ

ଆଖିରେ ଆଷାଢ଼

ଲଙ୍ଗଳାହାତ ଓ ଶୁନ୍ୟ ମଥାର ଧୋବଲା ହସ

ହତ୍ୟା ଆତ୍ମହତ୍ୟାର ବୌଶାଖୀ

ଶୀତ ସକାଳ କୁହୁଡି ଭର୍ତ୍ତୀ ରାସ୍ତା

ଶରତ ନିର୍ମଳ ଆକାଶ ତଳେ ନୀଳ୍ କଇଁର ହସର

ନାମ ଜୀବନ।


ଏନ୍ତୁଡ଼ି ନିଆଁର ବିହ୍ଵଳତା

ବେଦୀ ନିଆଁର ଆକର୍ଷଣ

ମଶାଣୀ ନିଆଁର ଉତ୍ପୀଡ଼ନ

ଗଦି,ଗାଦିର ଅହଂକାର

ଫେରିବା ବେଳର ଆଶଙ୍କା

ମେଣ୍ଡାର ଅଫେରାଘର ବାହୁଡା

ମୋର ମାୟା

ତୋର କାୟା

ଆମର ଗର୍ବ

ଆରମ୍ଭରୁ ଶେଷର

ନାଁ ତ ଜୀବନ!!!



Rate this content
Log in