STORYMIRROR

Lipsa Acharya

Others

4  

Lipsa Acharya

Others

ଶେଷପାଦ ଚିହ୍ନ

ଶେଷପାଦ ଚିହ୍ନ

1 min
406

ଶେଷ ପାଦଚିହ୍ନଟି ଲିଭି ଆସୁଥିଲା

ବାସ୍ !! କିଚ୍ଥି ସମୟ ବଳକା ଅଛି ,

ତା ପରେ ମୁଁ ହଜିଯିବି

କାଳର ଗର୍ଭରେ

ମୁଁ ଜାଣିନି, ମୋତେ ଖୋଜିବ କି ନାହିଁ

ହୁଏତ ଖୋଜି ନ ପାର,

ମୁଁ ତମ ଆତ୍ମୀୟରେ ଗଣା ହୁଏନି ।

ତଥାପି ଯଦି ମୋ କଥା ମନେ ପଡେ,

ଲିଭି ଯାଇଥିବା ସେ ପାଦ ଚିହ୍ନର

ବାଲୁକା ରାଶିକୁ ଦେଖିନବ

କେହି ଜଣେ କବି ଟିଏ ଥିଲା ଆଉ

ଏଇଟା ତା ଶେଷ ପାଦଚିହ୍ନର ଭଗ୍ନାଂଶ

ମୋ ଶରୀର ତମକୁ ନଜର ଆସିବ ନାହିଁ

ମାତ୍ର, ମୋ ଭାବନାର ଶବ୍ଦ ସଂଯୋଜନା ରେ

ପ୍ରସ୍ତୁତ କରିଥିବା କବିତା, ଗଳ୍ପକୁ ପଢିବାରିବ ।

କିଚ୍ଥି ମୁହୁର୍ତ୍ତ ପାଇଁ ମୋତେ ପାଇଯିବ

ଜାଣିନି , ତମକୁ ଆତ୍ମା ସନ୍ତଷ ମିଳିବ କି ନାହିଁ??



Rate this content
Log in