STORYMIRROR

Santanu Bisoi

Others

3  

Santanu Bisoi

Others

ଶେଷ ଯାତ୍ରା

ଶେଷ ଯାତ୍ରା

1 min
119

ତୋ ଓଠରେ ବଂଶୀ ହେବି ବାଳକୃଷ୍ଣ

ରାଧା ଓଠେ କଳାଯାଇ

ରାଧାଠୁଁ ଶୁଣିବି କହ୍ନେଇ କହ୍ନେଇ

ତୋ ବଂଶୀ ରୁ ରାଧା ମାଇଁ।।


ସୁଦାମ ପରାୟ ନାମ ଜପୁଥିବି

ବାଲ୍ୟଶଖା ପଣ ନେଇ,

ପାଗଳ ହୋଇବି ତୋ ବିଭୁ ପ୍ରେମରେ

ପଛ ହେବ ମିରାବାଇ।।


ଲୋଡ଼ା ନାହିଁ ମୋର ଧନ କି ସମ୍ପଦ

ତୁଣ୍ଡେ ଥାଉ ତୋର ନାମ,

ସାରାଜୀବନ ମୁଁ ତୋ'ପ୍ରେମେ ଉଦ୍ଭାସି

ଗାଉଥିବି କୃଷ୍ଣ ରାମ।।


ମରଣ କାଳରେ ତୁଳସୀ ନିର୍ମାଲ୍ୟ

ସଙ୍ଗେ ଗଙ୍ଗା ଜଳ ଥିବ,

ହରିକୃଷ୍ଣ ରସ ସେଥିରେ ମିଶାଇ

ଅଳ୍ପ ଅଳ୍ପ ତୁଣ୍ଡେ ଦେବ।।


ମୁଣ୍ଡ ପାସେ ଥିବ ଦୀପ ଭାଗବତ

ପଢିବେ ଆତ୍ମୀୟ ଜନ,

ରାମକୃଷ୍ଣ ନାମ ଉଚ୍ଚାରଣ କରି

ଛାଡି ଯାଉ ଏହି ପ୍ରାଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍