STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ଶେଷ ସମ୍ମୋହନ

ଶେଷ ସମ୍ମୋହନ

1 min
83

 


 ଏମିତି ନିଜକୁ ନିତି ଜାଳିଜାଳି 

  ତୁମ ବେଦନାର ଜୁଇରେ

  ଜଳେଇ ସାରିଛି ବାକି ଥିବା ଆୟୁଷ 


କହୁନି କେବେ ମୁହଁ ଖୋଲି ସିନା 

 ରାଣ ଅଛି ହଜେଇ ସାରିଛି କେବେଠୁ

  ଅନୁତାପ ବଜାରରେ ପ୍ରୀତି ପୀୟୂଷ 


ରୋଜ ଜଳୁଛି ସ୍ୱପ୍ନ ଯୁଇ ଇଞ୍ଚଇଞ୍ଚ

 ତା ତୀବ୍ର ଉତାପର ଛୁଆଁ ମୋ ଭିତରେ

   ଲାଗୁଛି ଆଉ ନାହିଁ କିଛି ଅବଶେଷ 


ତଥାପି କେବେ ନିରୀହ ଆଖିର ଲହୁରେ

 ପୁଣି କେବେ ନିଶବ୍ଦ ଓଠର କୋହରେ

  ଉଦ୍ଗାରୀ ଦେଉଛ ତୁମେ ହଳାହଳ ବିଷ


ମୁଁ ଜୀବନ କାଠଗଡା ରେ ସେମିତି 

 କୈଫିୟତ ବିହୀନ ଅସାମୀ ବେଶରେ

  ପୋଷି ଚାଲିଛି ଭିତରେ ତିକ୍ତତାର ଶୋଷ

 

ମୋର ଦେହ ନାହିଁ ଦାହ ନାହିଁ 

 ମୋହ ନାହିଁ , ସ୍ୱପ୍ନ ନାହିଁ , ପ୍ରାଣ ନାହିଁ

   ନାହିଁ ମୋ ଭିତରେ ଟିକିଏ ନିଶ୍ୱାସ


ହେ ' ଶୁଣ ଅନୁତାପର ଦବାହ୍ନି ରେ 

 ଆଉ ଜାଳନି ମୋତେ ଏମିତି ଏତେ 

  ବିଶ୍ୱାସ କର ମୁଁ ତୁମ ବିନା ମୁଠେ ପାଉଁଶ


  


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ