ଶେଷ ସମ୍ମୋହନ
ଶେଷ ସମ୍ମୋହନ
ଏମିତି ନିଜକୁ ନିତି ଜାଳିଜାଳି
ତୁମ ବେଦନାର ଜୁଇରେ
ଜଳେଇ ସାରିଛି ବାକି ଥିବା ଆୟୁଷ
କହୁନି କେବେ ମୁହଁ ଖୋଲି ସିନା
ରାଣ ଅଛି ହଜେଇ ସାରିଛି କେବେଠୁ
ଅନୁତାପ ବଜାରରେ ପ୍ରୀତି ପୀୟୂଷ
ରୋଜ ଜଳୁଛି ସ୍ୱପ୍ନ ଯୁଇ ଇଞ୍ଚଇଞ୍ଚ
ତା ତୀବ୍ର ଉତାପର ଛୁଆଁ ମୋ ଭିତରେ
ଲାଗୁଛି ଆଉ ନାହିଁ କିଛି ଅବଶେଷ
ତଥାପି କେବେ ନିରୀହ ଆଖିର ଲହୁରେ
ପୁଣି କେବେ ନିଶବ୍ଦ ଓଠର କୋହରେ
ଉଦ୍ଗାରୀ ଦେଉଛ ତୁମେ ହଳାହଳ ବିଷ
ମୁଁ ଜୀବନ କାଠଗଡା ରେ ସେମିତି
କୈଫିୟତ ବିହୀନ ଅସାମୀ ବେଶରେ
ପୋଷି ଚାଲିଛି ଭିତରେ ତିକ୍ତତାର ଶୋଷ
ମୋର ଦେହ ନାହିଁ ଦାହ ନାହିଁ
ମୋହ ନାହିଁ , ସ୍ୱପ୍ନ ନାହିଁ , ପ୍ରାଣ ନାହିଁ
ନାହିଁ ମୋ ଭିତରେ ଟିକିଏ ନିଶ୍ୱାସ
ହେ ' ଶୁଣ ଅନୁତାପର ଦବାହ୍ନି ରେ
ଆଉ ଜାଳନି ମୋତେ ଏମିତି ଏତେ
ବିଶ୍ୱାସ କର ମୁଁ ତୁମ ବିନା ମୁଠେ ପାଉଁଶ
