STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଶେଷ ରଜର ଗୀତ

ଶେଷ ରଜର ଗୀତ

1 min
134

ଆଜି ବସୁମାତା ସ୍ନାନ

କାଲିକି ହୋଇବ ଭୂଇଁ ନହଣ

ଭୂଇଁ ନହଣ ଲୋ ହୋଇବ ଭୁମି କର୍ଷଣ।


ଆସ ମକର ବଉଳ

ରଜ ପର୍ବ ଆମ ବିଶ୍ୱେ ବିରଳ

ବିଶ୍ୱେ ବିରଳଲୋ ବିଜ୍ଞାନୀ ଓଡିଆ ଶୀଳ ।


କେଏଫ୍ସି ପିଜା ବର୍ଗର

ସ୍ୱାସ୍ଥ୍ୟ ହାନୀ ହୁଏ ଫାଷ୍ଟ ଫୁଡ୍ ର

ଫାଷ୍ଟ ଫୁଡ୍ ର ଲୋ ପୋଡପିଠାକୁ ଆଦର ।


ଗଛଟିଏ ଲଗାଇବା

ଯତନେ ତାହାକୁ ବଡ କରିବା

ବଡ କରିବା ଲୋ ଆଗାମୀ ପୀଢିକୁ ଦେବା ।


ପଲିଥିନ ଛାଡିଦେବା

ବେଗ୍ ଗୋଟିଏ ସାଥେ ରଖିବା

ସାଥେ ରଖିବା ଲୋ ପରିବେଶ ସୁଧାରିବା।


ଓଡିଶାର ଫାଷ୍ଟ ଫୁଡ୍

ଚୁଡା ଛତୁଆକୁ ପଖାଳ ଗୁଡ୍

ପଖାଳ ଗୁଡ୍ ଲୋ ପୋଡପିଠା ଭେରିଗୁଡ୍ ।


ସଂସ୍କାର ସଂସ୍କୃତି ଆମ

ଚୁଲିକି ଗଲାଣି ଗତି ପଶ୍ଚିମ

ଗତି ପଶ୍ଚିମ ଲୋ ରଖିବା ଦାୟିତ୍ୱ ଆମ ।


ସଂଜ ହୋଇଲାଣି ଆସି

କାଲିକି ରଜ ତ ହୋଇବ ବାସି

ହୋଇବ ବାସି ଲୋ ଆଗିଲା ସନକୁ ଆସି ।



Rate this content
Log in