STORYMIRROR

Smrutirekha Acharya

Others

3  

Smrutirekha Acharya

Others

ଶେଷ ପରିଭ୍ରମଣ

ଶେଷ ପରିଭ୍ରମଣ

1 min
378

ଲୁଚି ଯାଏ ଯେଉଁଠି

ଜୀବନ ଶରଧା

ଏଠି ସେଠି ସବୁଠି

ହୁଏ ଯଦି ଅଂହ ବର୍ଷା

କିଏ ବା ସେ

କେମିତି ଅଟକେଇବ

କୁଆ ପଥର ର ଅଦିନ ବରଷା

ଜହ୍ନ ଲୁଚି ଯିବ ଯଦି

କଳଙ୍କର ଦାଗେ

ସୂର୍ଯ୍ୟ ଭୁଲିଯିବେ ଯଦି

କିରଣ ପ୍ରସାରଣେ

କିଏ ବା ସେ

କେମିତି ଅଟକେଇବ

ଘୋର ଅନ୍ଧକାରର କରାଳ ଛାୟା

ସମୁଦ୍ର ଗଭୀରରେ

ହଜି ଯିବ ଯଦି ଶାମୁକା

ସ୍ନେହ ଶ୍ରଦ୍ଧା ହଜି ଯିବ ଯଦି

ମୋହ ମାୟା ଗହୀର ରେ

କିଏ ବା ସେ

କେମିତି ଅଟକେଇବ

ସମ୍ପର୍କର ମୋତି

ଏ ଅଜବ ଦୁନିଆରେ

ଫୁଲ ର ମହକ

ନଖେଳିବ ଯଦି ବଗିଚାରେ

ପତ୍ର ଯଦି ଭୁଲି ଯିବ

ସ୍ପର୍ଶ ର ଅନୁଭବ

କିଏ ବା ସେ

କେମିତି ଆଣିଦେବ

ଶାନ୍ତି ର ବାତା ବରଣ


ପକ୍ଷୀ ଯଦି ଭୁଲିଯିବ

ବସାର ଠିକଣା

କୋକିଳ ଯେବେ

ପାସୋରିଯିବ କୁହୁ ତାନ

କିଏ ବା ସେ କେମିତି

ଆଣିଦେବ ମାଧୁର୍ଯ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍