STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
366

ମନେ ପଡେ ତୁମ କଥା ପ୍ରିୟା 

ଭାବୁଛି ବସି

ଶେଷ ଫଗୁଣର ଚିଠିରେ ତୁମେ ମନେ ପଡୁଛ ବେଶୀ

କେଉଁ ଦୋଷ ମୁଁ କରିଥିଲି ମୋତେ

ପର କରିଦେଲ

ମତେ ମନ ଦେଇ ଆଉ କାହାର ହୋଇଗଲ

ତୁମ ଚିଠିରେ ମୋତେ ଭୁଲି ଯିବାକୁ କହିଲ

ଫଗୁଣର ସାତ

ରଙ୍ଗକୁ ମୋ ପାଇଁ

ଫିକା କରି ଦେଲ

ତୁମ ଚିଠି ଦେଖି ଦେଖି ଆଖିରୁ ମୋ 

ଲୁହ ଝରି ପଡେ

ମୋ ହୃଦୟ ଭାଙ୍ଗି ଆଉ କାହାର ହୋଇଗଲ ଚାହିଁଲନି ମୋ ଆଡ଼େ

ଫଗୁଣରେ ତୁମେ ଶେଷ ଥର ଚିଠି

ଦେଇଥିଲ ମୋତେ

ବଡ଼ ଦଗା ଦିଆ ତୁମ ପ୍ରେମ, ପର କରି ଚାଲି ଗଲ ଆଉ କାହା ସାଥେ

ତୁମ ଚିଠିରୁ ତୁମ ଛଳନା ବୁଝିଗଲି

ତୁମେ ଆସିବ ଦିନେ ମୋ ପାଖକୁ

ପ୍ରତୀକ୍ଷା କରିଥିଲି

ମୋ ହୃଦୟରେ ତୁମେ ଦରଦର ଅଲିଭା ଗାର ଦେଇଗଲ

ତୁମେ ଏତେ ନିଷ୍ଠୁର ହୋଇ ଆଉ

କାହାକୁ ମଥାର ସିନ୍ଦୂର କରିଦେଲ

ତୁମେ ସୁଖରେ ସଂସାର କରିବ

ପ୍ରିୟା କାମନା କରୁଛି

ତୁମ ଶେଷ ଫଗୁଣର ଚିଠିକୁ

ସ୍ମୃତି କରି ବଞ୍ଚି ରହିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍