STORYMIRROR

SACHALA GURU

Others

3  

SACHALA GURU

Others

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
159

ବିଶ୍ୱ ବ୍ରହ୍ମlଣ୍ଡର ପ୍ରାଣ କରତା 

    ତୁମେ ମୋର ଭାଗ୍ୟ ବିଧାତା 

କେତେ ତପ କରି ଅବନୀରେ ମୁହିଁ 

     ମାତା କୋଳେ ହୋଇଥିଲି ସମ୍ଭୁତା (0)

ତୁମେ ମୋର......... (ଘୋଷା )


ସଂସାର ସାଗରେ ପଡି  

     ଦୁଃଖ ପାଉଛି ଘଡ଼ିଘଡ଼ି 

ବାନ୍ଧି ହୋଇଅଛି ମୋହମାୟା ଘେରେ 

     ତୁଚ୍ଛ ଅଟଇ ବାତ୍ସଲ୍ୟ ମମତା (1)

ତୁମେ ମୋର........ (ଘୋଷା )

     

ମାୟାର ମୋହରେ ରହି 

ନାନାଦି କଷ୍ଟ ଲଭୁଥାଇ 

      କିଏ ଜାଣିଥିଲା ଏପରି ଘଟିବ 

 ଏହା ସବୁ ଅଟେ ଛଳନା ବୃଥା (2)

     ତୁମେ ମୋର....... (ଘୋଷା )


ମିଛ ମାୟା ଏହି ସଂସାର  

      କେହି ନୁହଁଇ ଯେ କାହାର 

ଅଳୀକ ସଂସାର ପାଇଁ ଆସିଅଛୁ 

      କିଏ ବା ବୁଝିବ କାହା ବାରତା (3)

ତୁମେ ମୋର........... (ଘୋଷା )

      

ପ୍ରଭୁ ପାଖେ ଶରଣ ନେଇ

 ଜୀବନକୁ ଦେବି ବିତାଇ 

     ଷଠି ମାତାଙ୍କର ଶେଷ ଏ ନିଷ୍ପତ୍ତି 

ଅନ୍ତରେ ଉପୁଜେ ରାଧା ରାଧା (4)

    ତୁମେ ମୋର............ (ଘୋଷା )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ