ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
ବିଶ୍ୱ ବ୍ରହ୍ମlଣ୍ଡର ପ୍ରାଣ କରତା
ତୁମେ ମୋର ଭାଗ୍ୟ ବିଧାତା
କେତେ ତପ କରି ଅବନୀରେ ମୁହିଁ
ମାତା କୋଳେ ହୋଇଥିଲି ସମ୍ଭୁତା (0)
ତୁମେ ମୋର......... (ଘୋଷା )
ସଂସାର ସାଗରେ ପଡି
ଦୁଃଖ ପାଉଛି ଘଡ଼ିଘଡ଼ି
ବାନ୍ଧି ହୋଇଅଛି ମୋହମାୟା ଘେରେ
ତୁଚ୍ଛ ଅଟଇ ବାତ୍ସଲ୍ୟ ମମତା (1)
ତୁମେ ମୋର........ (ଘୋଷା )
ମାୟାର ମୋହରେ ରହି
ନାନାଦି କଷ୍ଟ ଲଭୁଥାଇ
କିଏ ଜାଣିଥିଲା ଏପରି ଘଟିବ
ଏହା ସବୁ ଅଟେ ଛଳନା ବୃଥା (2)
ତୁମେ ମୋର....... (ଘୋଷା )
ମିଛ ମାୟା ଏହି ସଂସାର
କେହି ନୁହଁଇ ଯେ କାହାର
ଅଳୀକ ସଂସାର ପାଇଁ ଆସିଅଛୁ
କିଏ ବା ବୁଝିବ କାହା ବାରତା (3)
ତୁମେ ମୋର........... (ଘୋଷା )
ପ୍ରଭୁ ପାଖେ ଶରଣ ନେଇ
ଜୀବନକୁ ଦେବି ବିତାଇ
ଷଠି ମାତାଙ୍କର ଶେଷ ଏ ନିଷ୍ପତ୍ତି
ଅନ୍ତରେ ଉପୁଜେ ରାଧା ରାଧା (4)
ତୁମେ ମୋର............ (ଘୋଷା )
