ଶେଷ କଥା
ଶେଷ କଥା
ବଞ୍ଚିବାର ମିଛ ଅଭିନୟ କରି
ଜୀଇଁବା ଶିଖୁଛି ମୁଁ
ସାଥେ କେହି ନାହିଁ ହାତ ଧରିବାକୁ
ଏକ ଅଲୋଡା ବାଟୋଇ ମୁଁ ।
ହସିବାର ମିଛ ଅଭିନୟ କରି
ମନ ତଳେ ସାଇତିଛି ଅନେକ କୋହ
ନିଜେ ନିଜକୁ ବଳି ପକାଇ ଦିଏ
ପର କରିପାରିନି ମୋ ଲୁହ ।
ରାଗିବାର ମିଛ ଅଭିନୟ କରେ
କେତେ ଅଭିମାନ କରେ ନିଜ ଆଗେ
କେବେ ନିଜେ ନିଜକୁ ବୁଝାଏ ପୁଣି
କେବେ ଅବୁଝା ହୁଏ ନିଜ ପାଖେ ।
ଶୋଇଯିବାର ମିଛ ଅଭିନୟ କରେ
ଉଜାଗର ରହେ ରାତିଦିନ
ସ୍ଵପ୍ନ ଦେଖିବାକୁ ଭାରି ଇଚ୍ଛା ହୁଏ
ଝୁରି ହେଉଥାଏ ଦୁଃଖି ମନ ।
ମିଛ ଅଭିନୟ କରି ସ୍ଵପ୍ନ ସଜାଉ ସଜାଉ
ଭାଙ୍ଗିଯାଏ କେବେ ନିଦ
ଦୋଷ ଦେବି କାହାକୁ,କାହିଁକି ବା ଦେବି
କରୁଛି ନିଜେ ଅପରାଧ ।
ମିଛ ଅଭିନୟରେ ସ୍ମୃତି ସାଉଁଟି ଚାଲିଛି
ମିଳୁଛି ଖାଲି ପ୍ରତାରଣା
ସମୟ ବୋଧେ ବାମ ମୋ ପାଇଁ ହୋଇଛି
କରୁଛି ମୋ ପାଇଁ କରୁଣା ଉଣା ।
ମିଛି ମିଛିକା ଆଉ କାହାରି ଆଗରେ
ପାରୁନି ଆଉ କରି ଅଭିନୟ
ମିଛ ମାୟା ସଂସାରେ ଦଣ୍ଡ ଭୋଗୁଅଛି
ଅପେକ୍ଷା ଶେଷ କିଛି ସମୟ ।
