STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

ଶେଷ ଖେଟ

ଶେଷ ଖେଟ

1 min
397


ଚାଲିବାକୁ ହେବ ତତେ ଜୀବନର ପଥ,

ଚାହିଁଲେବି ନ ମିଳିବ ,ଚଳାପଥେ ହାତ,

ହେଉ ଅବା କଣ୍ଟକିତ,ଅବା ଫୁଲ ବିଛା,

ଚାଲିବାକୁ ପଡିଥାଏ,ପାଇଁ ମନ ବାଞ୍ଛା ll


ଫୁଲ ସେଜେ କେବେ ଯଦି ମିଳେ ଜଣେ ସାଥି,

ଆଧାବାଟେ ଛାଡିଯାଏ,ପ୍ରକମ୍ପାଇ ଛାତି,

ଧୋର୍ଯ୍ୟ ହରା ହୋଇ,

ମାଇଲ ଖୁଣ୍ଟଙ୍କ ଭଳି,

ଯିବ ଏକା ରହି ll


କେବଳ ଲେଖା ହୋଇବ,କେତେ ବାଟ ବାକି,

ନିରୁଦ୍ଧିଷ୍ଟ ବାଟ ଖେଟ ,ନିର୍ଧାରଣ ଟାକି,

ଅପୁରନ୍ତା ମନସ୍କାମ ନ ହେଲେ ପୁରଣ,

ଶେଷେ ଶକ୍ତି ହୀନ ଯେବେ ହୋଇବ ଜୀବନ ll


ପୁରୁଣା ସ୍ମୃତି ସାଉଁଟି ଆଣି ଚକ୍ଷୁଡୋଳେ,

ପହଞ୍ଚି ପାରିବ ନିଶ୍ଚେ ନିରୁଦ୍ଧିଷ୍ଟ ସ୍ଥଳେ,

ଚାରିକାଠେ ,ଗୁନ୍ଥା ସେଠି କୋକେଇର ଶଯ୍ୟା,

ଶେଷ କାଳେ ଶାନ୍ତିନିଦ୍ରା ଦିଏ'ସେ ହିଁ ଭାର୍ଯ୍ୟା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍